Aus Open: ଫାଇନାଲରେ ଜୋକୋଭିକ୍, ତୁଟିଲା ଫେଡରରଙ୍କ ଗ୍ରାଣ୍ଡ ସ୍ଲାମ ଆଶା

Published By : Prameya-News7 Bureau | January 30, 2020 IST

ମେଲବର୍ଣ୍ଣ ୩୦।୧: ସର୍ବିୟ ଟେନିସ ଷ୍ଟାର ନୋଭାକ ଜୋକୋଭିକ୍ ଅଷ୍ଟ୍ରେଲିଆ ଓପନର ଫାଇନାଲରେ ପହଞ୍ଚିଛନ୍ତି। ସେ ଗୁରୁବାର ସ୍ୱିସ୍ ଦିଗ୍ଗଜ ରୋଜର ଫେଡେରରଙ୍କୁ ଯଥାକ୍ରମେ ୭-୬ (୭-୧), ୬-୪ ଓ ୬-୩ରେ ପରାସ୍ତ କରିଛନ୍ତି। ଫଳରେ ଫେଡରରଙ୍କ ୨୧ତମ ଗ୍ରାଣ୍ଡ ସ୍ଲାମ ଆଶା ମଉଳି ଯାଇଛି।   

wp:html /wp:html

ଅଷ୍ଟମ ଟାଇଟଲ ଜିତି ରେକର୍ଡ କାୟମ କରିବା ଲାଗି କୋର୍ଟକୁ ଓହ୍ଲେଇଥିବା ୩୨ ବର୍ଷିୟ ଜୋକୋଭିକ୍ ମାତ୍ର ୨ଘଣ୍ଟା ୧୮ ମିନିଟ୍‌ର ଖେଳରେ ଫେଡରରଙ୍କୁ ମାତ୍ ଦେଇଛନ୍ତି । ଏହା ସହିତ  ମେଲବର୍ଣ୍ଣରେ ଫେଡରର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜୋକୋଭିକ୍‌ଙ୍କ ସହ ଖେଳି ଚତୁର୍ଥ ଥର ପରାସ୍ତ ହୋଇଛନ୍ତି। ଏହା ପୂର୍ବରୁ ୨୦୦୮, ୨୦୧୧ ଓ ୨୦୧୬ରେ ଜୋକଭିକ୍‌ଙ୍କ ଠାରୁ ଫେଡରର ପରାସ୍ତ ହୋଇଥିଲେ। ଚଳିତ ଓପନରେ ପୁଣି ଥରେ ଜୋକୋଭିକ୍‌ଙ୍କ ଠାରୁ ପରାସ୍ତ ହେବା ୨୦ ଥର ଗ୍ରାଣ୍ଡ ସ୍ଲାମ ଚାମ୍ପିୟନ ଫେଡରରଙ୍କ କ୍ୟାରିୟର ରେକର୍ଡ ୨୩-୨୭ ହୋଇଯାଇଛି।

wp:html /wp:html

ମ୍ୟାଚ୍ ଜିତିବା ପରେ ଫେଡରରଙ୍କୁ କୋର୍ଟରେ ହରାଇବା ସହଜ କଥା ନୁହେଁ ବୋଲି କହିଛନ୍ତି ଜୋକୋଭିକ୍ । ଏଣୁ କୋର୍ଟରେ ତାଙ୍କ ସହ ରହିବା ଲାଗି ମୁଁ ହରଦମ ଉଦ୍ୟମ କରିଥିଲି ଓ ସଫଳ ହୋଇଛି। ତେବେ ମୋତେ ଏକ ଉତ୍କୃଷ୍ଟ ଖେଳାଳି କରିବାରେ ଫେଡରର ଓ ରଫାଙ୍କ ଅବଦାନକୁ କେବେ ବି ମୁଁ ଭୁଲିପାରିବି ନାହିଁ ବୋଲି କହିଛନ୍ତି ଜୋକୋଭିକ୍ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.