Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଷ୍ଟଣ୍ଟ ଦେଖାଉଥିବାବେଳେ ଯୁବକଙ୍କ ଥୋଡିରେ ଭୁସି ହୋଇଗଲା ଗ୍ରିଲ ଗେଟର ଲୁହା କଣ୍ଟା : ୨ ଘଣ୍ଟାର ଅପରେସନ ପରେ ବାହାରିଲା କଣ୍ଟା

4/01/2019 at 3:42 PM

ଲକ୍ଷ୍ନୌ ୪/୧ : ଲକ୍ଷ୍ନୌ ଗୋମତୀ ନଗର ଅଂଚଳରେ ଗଣେଶ୍ୱର ମିଶ୍ର ପାର୍କର ୨ ନମ୍ବର ଗେଟ ପାଖରେ ବାଇକରେ ଷ୍ଟଣ୍ଟ ଦେଖିଥିବାବେଳେ ୩ଜଣ ଯୁବକ ନିୟନ୍ତ୍ରଣ ହରାଇ ଦେଇଥିଲେ | ବାଇକର ପୁରା ପଛରେ ବସିଥିବା ଯୁବକ ଛିଟିକି ପଡିଥିଲେ | ଛିଟିକି ପଡିବାରୁ ଯୁବକଙ୍କ ଥୋଡିରେ ଗେଟର ଗ୍ରିଲର କଣ୍ଟା ଭୁସି ହୋଇଯାଇଥିଲା | ବହୁତ କଷ୍ଟରେ ଯୁବକଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା | ପୋଲିସ ବଡ କଷ୍ଟରେ ଘଂଟାଏ କାଳ ଧରି ଗେଟର କଣ୍ଟାକୁ କାଟି ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା | ହସ୍ପିଟାଲରେ ଯୁବକଙ୍କ ଅପରେସନ କରି ତାଙ୍କ ଥୋଡିରୁ ଲୁହା କଣ୍ଟା ବାହାର କରିଥିଲେ ଡାକ୍ତର | ଏବେ ଯୁବକଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି | ତେବେ ବାଇକ ଚାଳକ ଏବଂ ଅନ୍ୟ ଜଣେ ବାଇକ ଆରୋହୀ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡିଛି |

ଯୁବକ ୩ ଜଣ ହେଲେ ମହମ୍ମଦ କୋନିନ, ମହମ୍ମଦ ସାରିକ ଏବଂ ମହମ୍ମଦ ହସନ | ୩ ଜଣ ଯୁବକ ବାଇକରେ ଦୟାଲ ପରାଡ଼ାଈଜ ଆଡକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା | ସାରିକା ବାଇକ ଚଳାଉଥିଲେ | ଅଚାନକ ସେ ଷ୍ଟଣ୍ଟ ଦେଖାଇଥିଲେ | ଷ୍ଟଣ୍ଟ ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ | ପୋଲିସ ସୂଚନାନୁଯାୟୀ ତାଙ୍କ ବାଇକର ଗତି ସେତେବେଳେ ୯୦ କି:ମି: ଘଣ୍ଟା ପ୍ରତି ଥିଲା | ସାରିକା ଅଚାନକ ବ୍ରେକ ମାରିଥିଲେ | ଯେହେତୁ ବାଇକ ଅଧିକ ସ୍ପିଡ଼ରେ ଥିଲା, ବ୍ରେକ ମାରିବାରୁ ସବୁଠୁ ପଛରେ ବସିଥିବା ଯୁବକ ଛିଟିକି ପଡ଼ିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି |

ହସ୍ପିଟାଲରେ ଅପରେସନ କରିଥିବା ଡାକ୍ତର କହିଛନ୍ତି ଯେ, ଅପରେସନ କରି ଯୁବକଙ୍କ ଥୋଡିରୁ ଲୁହା କଣ୍ଟା ବାହାର କରିବା ଅତ୍ୟନ୍ତ କଷ୍ଟଦାୟକ ଥିଲା | ମୁହଁରେ କଣ୍ଟା ପସିଥିବାରୁ ତାଙ୍କୁ ବେହୋସ କରିବା ମଧ୍ୟ କଷ୍ଟସାଧ୍ୟ ଥିଲା | ଯାହାଫଳରେ ତାଙ୍କ ନାକରେ ଟ୍ୟୁବ ପୁରାଇ ତାଙ୍କୁ ବେହୋସ କରାଯାଇଥିଲା | ଅପରେସନ ପାଇଁ ପାଖାପାଖି ୨ ଘଣ୍ଟା ସମୟ ଲାଗିଥିଲା | ଏବଂ ଶେଷରେ ଅପରେସନ ସଫଳ ହୋଇଥିଲା |

   Related Posts