Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଇରାକର ରାଜଧାନୀ ବାଗଦାଦ୍‌ରେ ଆମେରିକା ଦୂତାବାସ ଉପରେ ରକେଟ୍‌ ମାଡ

22/02/2021 at 10:50 PM

ନୂଆଦିଲ୍ଲୀ ୨୨/୦୨: ଇରାକ ରାଜଧାନୀ ବାଗଦାଦରେ ଆମେରିକା ଦୂତାବାସ ଉପରେ ୩ଟି ରକେଟ୍‌ ମାଡ଼ ହୋଇଛି। ଏଥିରୁ ଗୋଟିଏ ଗ୍ରିନ୍‌ ଜୋନ୍‌ରେ ପଡ଼ିଥିବା ବେଳେ ଦ୍ବିତୀୟଟି ପାଖାପାଖି ଅଞ୍ଚଳରେ ପଡ଼ିଥିବା ସୂଚନା ମିଳିଛି। ଗୋଟିଏ ସପ୍ତାହରେ ପଶ୍ଚିମୀ କୂଟନୈତିକ, ସୈନ୍ୟ ଏବଂ ବାଣିଜ୍ୟିକ ସଂଗଠନ ଉପରେ ଏହା ତୃତୀୟ ଆକ୍ରମଣ।

ଅନ୍ୟପଟେ ଘଟଣା ପରେ ଇରାକ ସେନା ବିବୃତ୍ତି ଜାରି କରିଛି। ରକେଟ୍ ଆକ୍ରମଣରେ ଜୀବନ ହାନି ହୋଇନଥିବା କହିଛି। ଗ୍ରିନ୍‌ ଜୋନ୍‌ରେ ଅନେକ ବିଦେଶୀ ଦୂତାବାସ ଏବଂ ସରକାରୀ ବିଲ୍ଡିଂ ରହିଛି। ତେବେ ଏହି ରକେଟ ମାଡ଼ ଆମେରିକୀୟ ଦୂତାବାସ ଟାର୍ଗେଟରେ ଥିଲା ବୋଳି ଚର୍ଚ୍ଚା ଜୋର ଧରିଛି।

 ରକେଟ ମାଡ଼ରେ କେହି ମୃତାହତ ହୋଇନଥିବା ବେଳେ କ୍ଷୟକ୍ଷତି ସମ୍ପର୍କରେ ଜଣାପଡ଼ିନାହିଁ। ତେବେ ଏନେଇ ପରବର୍ତ୍ତୀ ଖବର ଉପରେ ନଜର ରହିଛି।

   Related Posts