କାବୁଲରେ ୧୦ରୁ ଅଧିକ ରକେଟ୍ ମାଡ଼ : ୫ ମୃତ, ୧୦ ଆହତ

Published By : Prameya-News7 Bureau | November 21, 2020 IST

କାବୁଲ ୨୧।୧୧: ଆଫଗାନିସ୍ତାରେ ଥମିବାର ନାମ ନେଉନାହିଁ ହିଂସା । ପୁଣି ଥରେ ଜୋରାଦାର ବିସ୍ଫୋରଣରେ ଥରିଲା କାବୁଲ । କେଉଁଠି କେତେ ବେଳେ ହିଂସା ହେଉଛି, ତ ଆଉ କେଉଁଠି ରେକଟ ମାଡ଼଼ରେ ଅନେକ ଲୋକଙ୍କ ମୃତ୍ୟୁ ହେଉଛି । ଏପିରିକି ହିଂସାରେ ଅନେକ ସୈନ୍ୟ ନିହତ ହେଉଥିବା ବେଳେ ସାଧାରଣଲୋକଙ୍କ ପ୍ରାଣ ମଧ୍ୟ ଯାଉଛି । ଯାହାକି ଆଫାଗାନିସ୍ତାନ ସରକାରଙ୍କ ପାଇଁ  ଏକ ଚିନ୍ତାର ବିଷୟ ପାଲିଟିଛି । ଏସବୁ ଭିତରେ ଆଫଗାନିସ୍ତାନର କାବୁଲ ସହରେ ୧୦ରୁ ଅଧିକ ରକେଟ ମାଡ଼ କରାଯାଇଛି । ଯେଉଁଥିରେ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଗକୁ ମୃତାହତ ସଂଖ୍ୟା ବଢିବା ନେଇ ଅନୁମାନ ମଧ୍ୟ କରାଯାଇଛି ।

wp:html /wp:html

ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ଶନିବାର ଦିନ କାବୁଲ ସହରରେ ୧୦ରୁ ଅଧିକ ରକେଟ ମାଡ଼ କରାଯାଇଛି । ବିଭିନ୍ନ ସ୍ଥାନରେ ରକେଟ ମାଡ କରାଯିବା ଦ୍ୱାରା ୫ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ରକେଟ ମାଡ଼ କିଏ କରିଛି ଏବଂ କିପରି ଏହି ବ୍ୟସ୍ତବହୂଳ ସହରରେ ହେଲା । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଆଫଗାନିସ୍ତାନ ସରକାର ଏହି ରକେଟ ମାଡ଼  ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ।

{"id":365208,"sizeSlug":"large"}
TOLOnews

ତେବେ ମିଳିଥିବା ଖବର ଅନୁଯାୟୀ,  କାବୂଲ ସହରରେ ହୋଇଥିବା ରକେଟ ମାଡ଼ ସ୍ଥାନଗୁଡ଼ିକ ଗ୍ରୀନ ଜୋନ୍‌ରେ ଅନ୍ତର୍ଭକ୍ତ ରହିଛି । ଯେଉଁଠାରେ ଅନେକ ଦେଶର ଦୂତାବାସ ରହିଛି । ଏହା ଦୂତାବାସକୁ ଟାର୍ଗେଟ କରାଯାଇଥିଲା । ନା ସାଧାରଣ ଲୋକଙ୍କ ଟାର୍ଗେଟ କରାଯାଇଥିଲା । ତାହାର ତଦନ୍ତ ହେଲେ, ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ସେହିପରି ପୂର୍ବରୁ ମଧ୍ୟ କାବୁଲରେ ଅନେକ ଥରେ ହିଂସା ନିଆଁ ଦେଖିବାକୁ ମିଳିଛି । ଯେଉଁଥିରେ ଅନେକ ଲୋକଙ୍କ ପ୍ରାଣ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.