ପିଏମ୍ ନରେନ୍ଦ୍ର ମୋଦୀ ଦେଖିଲେ ‘ରକେଟ୍ରି: ଦ ନମ୍ବି ଇଫେକ୍ଟ’ର କ୍ଲିପ୍, ଆର ମାଧବନ କହିଲେ କିପରି ଥିଲା ପ୍ରତିକ୍ରିୟା

Published By : Prameya-News7 Bureau | April 06, 2021 IST

ନୂଆଦିଲ୍ଲୀ ୦୬/୦୪: ଅଭିନେତା ଆର ମାଧବନଙ୍କ ଆଗାମୀ ଫିଲ୍ମ ‘ରକେଟ୍ରି: ଦି ନମ୍ବି ଇଫେକ୍ଟ’ ର ଟ୍ରେଲର ନିକଟରେ ରିଲିଜ୍ ହୋଇଛି । ଏହି ଟ୍ରେଲରକୁ ସୋସିଆଲ ମିଡିଆ ୟୁଜର୍ସମାନେ ଖୁବ୍ ପସନ୍ଦ କରିଥିଲେ ଏବଂ ଆର ମାଧବନଙ୍କ ସମେତ ପୁରା ଟ୍ରେଲରକୁ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଥିଲା ​​। ଏହି ସମୟରେ ବର୍ତ୍ତମାନ ଆର ମାଧବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କ ସାକ୍ଷାତର କିଛି ଫଟୋ ସେୟାର କରିଛନ୍ତି ।

{"id":433809,"width":639,"height":526,"sizeSlug":"large","linkDestination":"none"}

ଆର ମାଧବନ୍ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି । ଫଟୋଗୁଡ଼ିକରେ ଆର ମାଧବନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନମ୍ବି ନାରାୟଣ ନଜର ଆସିଛନ୍ତି । ମାଧବନ୍ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, କିଛି ସପ୍ତାହ ପୂର୍ବରୁ ଏରୋସ୍ପେସ୍ ଇଞ୍ଜିନିୟର ନମ୍ବି ନାରାୟଣ ଏବଂ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ସୁଯୋଗ ପାଇଥିଲୁ ।

{"id":433814,"width":625,"height":305,"sizeSlug":"large","linkDestination":"none"}

ମାଧବନ୍ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, ' ଆମେ # Rocketrythefilm ବିଷୟରେ କଥାବାର୍ତ୍ତାପ ହୋଇଥିଲୁ । ଫିଲ୍ମର କ୍ଲିପ୍ସ ଏବଂ ନମ୍ବି ଜୀଙ୍କ ସହିତ ହୋଇଥିବା ଅସଦାଚରଣ ଦେଖି ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ଆମ ହୃଦୟକୁ ସ୍ପର୍ଶ କରିଥିଲା ​​। ଏହି ସମ୍ମାନ ପାଇଁ ଧନ୍ୟବାଦ ସାର୍ ।' ମାଧବନଙ୍କ ପିଏମ୍ ମୋଦୀଙ୍କ ସହ ଏହି ଫଟୋଗୁଡ଼ିକ ଅଧିକ ଭାଇରାଲ ହେବାରେ ଲାଗିଛି ।

{"id":433816,"width":631,"height":309,"sizeSlug":"large","linkDestination":"none"}

ଖାଲି ସେତିକି ନୁହେଁ, ଫିଲ୍ମର ଟ୍ରେଲର କାହିଁକି ଏପ୍ରିଲ ୧ ରେ ରିଲିଜ୍ ହୋଇଥିଲା? ଏହି ପ୍ରଶ୍ନ ଉପରେ, ମାଧବନ୍ କହିଥିଲେ, "ନମ୍ବି ସାର୍ ଥରେ କହିଥିଲେ, କେତେ ମୂର୍ଖ ଲୋକ ଥିବେ ଯିଏ କି ମୋ ପରି ଦେଶପ୍ରେମୀ ଥିବେ । ତାଙ୍କ କଥା ଶୁଣିବା ପରେ ନିଷ୍ପତ୍ତି ନିଆଗଲା ଯେ ଆମ ଫିଲ୍ମ ମାଧ୍ୟମରେ ପ୍ରତ୍ୟେକ ସେହି ଫୁଲ (ମୂର୍ଖ) କୁ ଟ୍ରିବ୍ୟୁଟ୍ ଦିଆଯିବା ଯାହାର ଦେଶପ୍ରେମ ଅନ୍ୟମାନଙ୍କଠାରୁ ଭିନ୍ନ ଥିଲା, ଯାହାର କାର୍ଯ୍ୟ ଉତ୍କୃଷ୍ଟ ଥିଲା। '

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.