Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ଏୟାରବେସ୍‌ ଉପରେ ରକେଟ୍‌ ମାଡ, ଟାର୍ଗେଟରେ ଥିଲେ ଆମେରିକା ସେନା

15/01/2020 at 7:37 AM

ବାଗଦାଦ ୧୫।୦୧: ମଧ୍ୟପ୍ରାଚ୍ୟରେ କେତେବେଳ ଯୁଦ୍ଧ ଘନଉଛି ତ କେତେବେଳେ ଶାନ୍ତ ପଡିଯାଉଛି । ଦିନେ ଦୁଇ ଦିନର ବିରତି ପରେ ପୁଣି ମଧ୍ୟପ୍ରାଚ୍ୟର ବୋମାମାଡ ଓ ରକେଟ ମାଡ ହୋଇଛି । ଇରାକି ଏୟାରବେସ ଉପରେ ପୁଣି ଥରେ ରକେଟ ମାଡ କରାଯାଇଛି । ପୋଲିସର ଏୟାରବେସ ଉପରେ ରକେଟ ମାଡ କରାଯାଇଥିବାର ସୂଚନା ମିଳିଛି । ଏହି ଏୟାରବେସ୍‌କୁ ଆମେରିକା ସେନା ବ୍ୟବହାର କରିଥାଏ। ବର୍ତ୍ତମାନ ସୁଦ୍ଧା ରକେଟ ମାଡରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

କିଛିଦିନ ତଳେ ଇରାକର ଅଲ-ବଲାଦ ଏୟାରବେସ୍‌ ଉପରେ ୮ଟି ମୋଟାର ମାଡ କରାଯାଇଥିଲା । ଏହାମଧ୍ୟରୁ ୭ଟି ମୋଟାର ଏୟାରବେସ ରନଓ୍ବେକୁ ନଷ୍ଟ କରିଦେଇଛି । ଏହି  ଆକ୍ରମଣରେ ଇରାକ ସେନାର ୪ଜଣ ଯବାନ ଆହତ ହୋଇଛନ୍ତି । କିନ୍ତୁ ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ସେପଟେ ଏହି ଆକ୍ରମଣ ପାଇଁ ଆମେରିକା ଇରାନ ସମର୍ଥିତ ସଂଗଠନ କରିଛି ବୋଲି ଦାବି କରିଛି ।

Representative image

ଇରାକର ରାଜଧାନୀ ବାଗଦାଦ ଠାରୁ ୯୦ କିଲୋମିଟର ଦୂରରେ ଥିବା ଏହି ଏୟାରବେସରେ ରକେଟ ମାଡ ହୋଇଥିଲା । ଇରାକର ସବୁଠାରୁ ବଡ ଏୟାରବେସ  ହେଉଛି ବଲାଦ । ଆମେରିକା ସେନା ଏହାକୁ ଲଜିଷ୍ଟିକ୍‌ ସପୋର୍ଟ ଆକ୍ଟିଭିଟି (LSA) ନାମକରଣ ଦେଇଛି । ଏୟାରବେସ୍‌ରେ ବହୁ ସଂଖ୍ୟାକ ଆମେରିକା ସେନା ଓ ଇରାକୀ ଏଫ-୧୬ ବିମାନ ନିର୍ମାଣ କମ୍ପାନୀର ପରାମର୍ଶଦାତା ରହିଥାନ୍ତି । କିନ୍ତୁ ଆମେରିକା ନେତୃତ୍ବଧୀନ ଆନ୍ତର୍ଜାତୀୟ ସଂଗଠନ ଆଇଏସ୍‌ ବିରୋଧରେ ନିଜର ଯୁଦ୍ଧ ଅଭିଯାନ କିଛି ସମୟ ପାଇଁ ସ୍ଥଗିତ ଘୋଷଣା କରିବାର ସପ୍ତାହ ପରେ ସେନା ଏହି ଏୟାରବେସ୍‌ ଛାଡିସାରିଥିଲେ ।

   Related Posts