ବାଗଦାଦ ୧୬।୦୨: ଟାର୍ଗେଟରେ ଆମେରିକା ଦୂତାବାସ । ଇରାକ ରାଜଧାନୀ ବାଗଦାଦ୍ ନିକଟରେ ଥିବା ଆମେରିକା ଦୂତାବାସ ନିକଟରେ ପୁଣି ରକେଟ୍ ମାଡ ହୋଇଛି । ତେବେ ରକେଟ ମାଡରେ କୌଣସି ମୃତାହାତର ସୂଚନାନାହିଁ । ରକେଟ ମାଡ ହୋଇଥିବା ସ୍ଥାନରେ ବ୍ୟାପକ ସୈନ୍ୟ ମୃତୟନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତିରେ ଆମେରିକା ଦୂତାବସକୁ ଟାର୍ଗେଟ କରି ରକେଟ ମାଡା ହୋଇଛି । ବାଗଦାଦରେ ଥିବା ଗ୍ରୀନ ଜୋନ୍ରେ ଆକ୍ରମଣ ହୋଇଛି । ତେବେ ରକେଟ ମାଡ ହୋଇଥିବା ଅଞ୍ଚଳରେ ବିଭିନ୍ନ ଦେଶର ଦୂତାବାସ ରହିଛି । ତେବେ ୨୦୧୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୯ଥର ଗ୍ରୀନ ଜୋନରେ ଆକ୍ରମଣ ହୋଇସାରିଛି ।
wp:core-embed/twitter {"url":"https://twitter.com/ANI/status/1228852006984400896","type":"rich","providerNameSlug":"twitter","className":""} /wp:core-embed/twitterଜାନୁଆରୀ ୩ରୁ ଇରାନ କମାଣ୍ଡର କାସିମ୍ ସୁଲେମାନୀଙ୍କୁ ଆମେରିକା ଡ୍ରୋନ ଆକ୍ରମଣରେ ନିହତ କରିଥିଲା । ସେବେଠାରୁ ଦୁଇ ଦେଶ ଆମେରିକା-ଇରାନ ମଧ୍ୟରେ ବିବାଦ ଲାଗିରହିଛି । ନିଜ ସୁପ୍ରିମ କମାଣ୍ଡରଙ୍କୁ ନିହତ କରିବାର ପ୍ରତିଶୋଧ ନେବ ବୋଲି ଇରାନ ଆମେରିକାକୁ ଧମକ ଦେଇଥିଲା । ଇରାନ ଯଦି ଆକ୍ରମଣ କରେ ତେବେ ଏହାର ଦୃଢ ଯବାବ ଦିଆଯିବ ବୋଲି ଆମେରିକା ଚେତାବନୀ ଦେଇଥିଲା । କିନ୍ତୁ ଇରାନ ସେନା ଇରାକ ସ୍ଥିତ ଆମେରିକା ସେନା ସେନା କ୍ୟାମ୍ପରେ ଆକ୍ରମଣ କରିଥିଲା । ଇରାନର ଆକ୍ରମଣରେ ୩୪ଜଣରୁ ଅଧିକ ସୈନ୍ୟ ଆହତ ହୋଇଥିଲେ ବୋଲି ଆମେରିକା ସ୍ବୀକାର କରିଥିଲା । ତେବେ କିଛି ଦିନ ପରେ ପୁଣି ଥରେ ଆମେରିକା ଦୂତାବାସରେ ରକେଟ ମାଡ ହୋଇଛି ।