ଜାଲରେ ଲାଗିଲା ରକେଟ୍, ମାଛ ଧରିବାକୁ ଯାଇଥିବା ବେଳେ ଉଦ୍ଧାର କଲେ ମତ୍ସ୍ୟଜୀବୀ

Published By : Prameya-News7 Bureau | November 05, 2020 IST

ସୋର ୫।୧୧: ଜାଲରେ ଲାଗିଲା ରକେଟ୍ । ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ରକେଟ୍ ଟି ଜାଲରେ ଲାଗିଯାଇଥିଲା ।

{"id":356390,"sizeSlug":"large"}

ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଖରାସାହାପୁର ପଞ୍ଚାୟତର ପଞ୍ଚୁବିସା ନଦୀ ପଥ ଦେଇ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ରକେଟ୍ ଲାଗିଥିଲା । ମତ୍ସ୍ୟଜୀବୀମାନେ ପ୍ରଥମେ ଆତଙ୍କିତ ହୋଇ ପଡିଥିଲେ । ପରେ ଏହାକୁ ଉଦ୍ଧାର କରି ବୋଟ୍ ସାହାଯ୍ୟରେ ସମୁଦ୍ର କୂଳକୁ ଆଣିଥିଲେ ।

{"id":356391,"sizeSlug":"large"}

ବୁଧବାର ଦିନ ଚାନ୍ଦିପୁର ପ୍ରତିରକ୍ଷା ବିଭାଗରୁ ମଲ୍ଟି ବେରେଲ ରକେଟ୍ ଲଞ୍ଚର ‘ପିନାକ’ର ସଫଳ ପରୀକ୍ଷଣ କରାଯାଇଥିଲା । ଏକାଧିକ କ୍ରମେ ରକେଟ୍ ଲଞ୍ଚରୁ ୪୮ ସେକେଣ୍ଡରେ ୬ଟି ରକେଟ୍ ନିକ୍ଷେପ କରାଯାଇଥିଲା । ‘ପିନାକ’ ସର୍ବାଧିକ ଦୂରତା ଅତିକ୍ରମ କରିଥିଲା । ତେବେ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିବା ରକେଟଟି ବୁଧବାର ପରୀକ୍ଷଣ ହୋଇଥିବା ରକେଟର ଅଂଶ ବିଶେଷ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.