Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଇରାନ୍ ର ପ୍ରତିଶୋଧ, ଆମେରିକା ଦୂତାବାସ ଉପରେ ରକେଟ ମାଡ଼

5/01/2020 at 7:18 AM

ବାଗବାଦ ୦୫।୦୧: ଦିନକୁ ଦିନ ଜଟିଳ ହେଉଚାଲିଛି ଆମେରିକା-ଇରାନ ବିବାଦ । ଉଭୟ ଦେଶମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଦେଖାଦେଇଛି । ଇରାକର ବାଗଦାଦରେ ଆମେରିକାର ରକେଟ ମାଡରେ ଇରାନ କମାଣ୍ଡଙ୍କ ମୃତ୍ୟୁ ହୋଇଥିଲା । ଇରାନ ଏବେ ଆମେରିକାର ଦୂତାବାସ ଉପରେ ରକେଟ ମାଡ କରିଛି ।

ଆମେରିକା ଦୂତାବାସ ଉପରେ ରକେଟ ମାଡ଼ କରିଛି ଇରାନ। ଇରାକର ରାଜଧାନୀ ବାଗଦାଦ୍ ରେ ଥିବା ଆମେରିକା ଦୂତାବାସ ଉପରେ ରକେଟ ମାଡ଼ ହୋଇଛି। ଏଥିରେ କେହି ମୃତାହତ କରିନାହାଁନ୍ତି । ତେବେ ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ବିବାଦ ଏବେ ଗମ୍ଭୀର ରୂପ ନେବାକୁ ବସିଛି। 

ଏହି ରକେଟ ଆକ୍ରମଣ ଫଳରେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର କଳାବାଦଲ ଦେଖାଦେଇଛି। ଆମେରିକା ଦୂତାବାସ ସମେତ ସେଣ୍ଟ୍ରାଲ ଇରାକରେ ଥିବା ବାଲାଡ ଏୟାର ବେସ୍ ଉପରେ ଦୁଇଟି ରକେଟ ମାଡ ହୋଇଛି । ଏହି ଆକ୍ରମଣ ପରେ ଆମେରିକାର ହେଲିକାପ୍ଟର ଗୁଡିକ ବାଗଦାଦ୍ ଆକାଶରେ ଉଡୁଥିବାର ଦେଖିବାକୁ ମିଳିଛି । ଆମେରିକା ଦ୍ୱାରା ଇରାନ ସେନାର କୁଦସ୍ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟା ପରେ ଏହାର ଭୟଙ୍କର ପ୍ରତିଶୋଧ ନେବାକୁ ଇରାନ ଧମକ ଦେଇଥିଲା।

ଏହାସହ ଏକ ଭୟଙ୍କର ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି ଇରାନ ।  ଏହାର ସଂକେତ ଏକ ମସଜିଦରୁ ମିଳିଛି । ଇରାନର କୋମଠାରେ ଥିବା ଐତିହାସିକ ଜାମକରନ୍ ମସଜିଦ ଉପରେ ଇତିହାସରେ ପ୍ରଥମ ଥର ପାଇଁ ଲାଲ୍ ପତାକା ଉଡ଼ାଯାଇଛି । ଏହା ଯୁଦ୍ଧର ସଂକେତ ବୋଲି କୁହାଯାଉଛି ।

   Related Posts