ସୈନ୍ୟ ଆଡ୍ଡା ଉପରେ ରକେଟ ମାଡ, ବାୟୁସେନା କର୍ମଚାରୀ ଆହତ,

Published By : Prameya-News7 Bureau | March 15, 2020 IST

ବାଗଦାଦ ୧୫।୦୩:  ସୈନ୍ୟ ସାମରିକ ଆଡ୍ଡା ଉପରେ ରକେଟ୍‌ ଆକ୍ରମଣ । ଇରାକ ରାଜଧାନୀ ବାଗଦାଦ ନିକଟରେ ଥିବା ସାମରିକ ଆଡ୍ଡା ଉପରେ ଆକ୍ରମଣ କରାଯାଇଛି । ଆକ୍ରମଣେର ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ବେଳେ କିଛି କର୍ମଚାରୀ ଆହତ ହୋଇଥିବା ଜଣାପଡିଛି  । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା ରକେଟ ଆକ୍ରମଣ ନେଇ କୌଣସି ସଂଗଠନ ନିଜକୁ ଦାୟୀ କରିନାହିଁ ।  

ସୂଚନାଯୋଗ୍ୟ ଯ, ଶନିବାର ଦିନ ବାଗଦାଦର ଉତ୍ତରରେ ଥିବା ଇରାକ ସାମରିକ ଆଡ୍ଡା ଉପରେ ପୁଣି ଥରେ ରକେଟ ଆକ୍ରମଣ କରାଯାଇଛି। ତେବେ ଆକ୍ରମଣ କରାଯାଇଥିବା ସାମରିକ  ଆଡ୍ଡା, ଯେଉଁଠାରେ ବିଦେଶୀ ସୈନ୍ୟବାହିନୀ ନିୟୋଜିତ ହୁଅନ୍ତି | ଯଦିଓ ରକେଟ ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି । ହମିଦ ଅଲ-ଶାବି ନାମକ ଏକ ଇରାନ ସମର୍ଥିତ ଜିହାଦୀ ଗୋଷ୍ଠୀ ଆକ୍ରମଣ କରିଥାଇପାରେ ବୋଲି ଆମେରିକା ସନ୍ଦେହ କରୁଛି ।

ଇରାକ ଏବଂ ଆମେରିକାର ସାମରିକ ଅଧିକାରୀ କହିଛନ୍ତି ଯେ,  ଶନିବାର ଦିନ ସାମରିକ ଆଡ୍ଡା ଉପରେ କିଛି ରକେଟ ଚଳାଇଥିଲା। ଇରାକର ମିଳିତ ଅପରେସନ୍ କମାଣ୍ଡର ମୁଖପାତ୍ର ତେହସିନ୍ ଅଲ-ଖାଫାଜୀ କହିଛନ୍ତି ଯେ,  ପ୍ରାଥମିକ ସୂଚନା ଅନୁଯାୟୀ ଏହି ଆକ୍ରମଣରେ ଦୁଇ ବାୟୁସେନା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସାମରିକ ଆଡ୍ଡା ଉପରେ ହୋଇଥିବା  ଆକ୍ରମଣ କୌଣସି ଆକ୍ରମଣକାରୀଙ୍କ ଦ୍ବାରା ନୁହେଁ ବରଂ ଲଞ୍ଚ ପ୍ୟାଡ୍ ଜରିଆରେ କରାଯାଇଥିବା ଅନୁମାନ କରାଯାଉଛି ।

ମୁଖପାତ୍ର କହିଛନ୍ତି ଯେ,  ଏହି ଆକ୍ରମଣ ହୁଏତ ରାତିରେ ହୋଇଥାଇପାରେ କିନ୍ତୁ ଦିନରେ ଶୀଘ୍ର କରାଯାଇଥଲା। ମୁଁ ଆପଣଙ୍କୁ କହିରଖୁଛୁ ଯେ ଦୁଇ ଦିନ ପୂର୍ବେ ଇରାନ ସମର୍ଥିତ ଜିହାଦୀ ଦଳ ଦ୍ୱାରା ସମାନ ଆକ୍ରମଣ କରାଯାଇଥିଲା ଯେଉଁଥିରେ ଦୁଇ ଜଣ ଆମେରିକୀୟ ଏବଂ ଜଣେ ବ୍ରିଟିଶ ସୈନିକ ନିହତ ହୋଇଥିଲେ। ଏହି ଆକ୍ରମଣର ଜବାବରେ ଆମେରିକା ଶୁକ୍ରବାର ଦିନ ହିଜବୁଲ ସିଆ ଜିହାଦି ଦଳର ପାଞ୍ଚଟି ଅସ୍ତ୍ର ଡିପୋ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା, ଯେଉଁମାନଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.