ବ୍ରିଟେନ୍ ୦୮/୦୯: ମଣିଷର କାମ ଦିନକୁ ଦିନ ରୋବଟ୍ ସହଜ କରୁଛି। ଏବେ ଲୋକଙ୍କ ଏକାକୀତ୍ବକୁ ମଧ୍ୟ ରୋବଟ୍ ଦୂର କରିବ। ଏକୁଟିଆ ରହୁଥିବା ଲୋକଙ୍କ ଚିନ୍ତା ଓ ଅବସାଦ ବଢ଼ୁଛି। ଯାହାର ପ୍ରଭାବ ସେମାନଙ୍କ ମାନସିକ ସ୍ବାସ୍ଥ୍ୟରେ ପଡୁଛି। ଅନ୍ତର୍ରାଷ୍ଟ୍ରୀୟ ପରୀକ୍ଷଣରେ ଲୋକଙ୍କ ମାନସିକ ଅବସ୍ଥାରେ ସୁଧାର ଆଣିବାର ରୋବଟ୍ ସଫଳ ହୋଇଛି। ସଫଳ ପରୀକ୍ଷଣ ପରେ ଏବେ ବ୍ରିଟେନର କିଛି କେୟାର ହାଉସରେ ଏମାନଙ୍କୁ ନିଯୁକ୍ତ କରାଯିବ।
{"id":326647,"width":568,"height":378,"sizeSlug":"large"}ଏହି ରୋବଟର ନାଁ ‘ପେପର୍’। ରୋବଟ୍ରେ ଚକ ଲାଗିଛି। ଏହା ଲୋକଙ୍କ ସହ କଥାବାର୍ତା କରିବ ଓ ଲୋକଙ୍କ ରୁଚିକୁ ବୁଝିବାକୁ ସକ୍ଷମ ହେବ। ଏହା ବାଦ୍ ଲୋକଙ୍କ ସହ କଥାବାର୍ତା ଆରମ୍ଭ କରି ସେମାନଙ୍କ ମନପସନ୍ଦ ଗୀତକୁ ବଜାଇବ। କେୟାର ହୋମରେ ବୟସ୍କମାନଙ୍କୁ ବିଭିନ୍ନ କାମରେ ସହଯୋଗ କରିବ ତଥା ସେମାନଙ୍କୁ ଔଷଧ ଖାଇବାକୁ ମନେ ପକାଇବ।
{"id":326645,"width":569,"height":379,"sizeSlug":"large"}ଗବେଷକମାନେ କହିଛନ୍ତି କେୟାର ସେଣ୍ଟରେ ଏମାନେ ସବୁବେଳେ ନିଯୁକ୍ତ ରହିବେ ତା’ ନୁହେଁ। ସେମାନଙ୍କ ଦେଖାଶୁଣା କରିବା ପାଇଁ ଲୋକ ରହିବେ। କିନ୍ତୁ ଲୋକଙ୍କ ପାଖରେ ସମୟ ନ ଥିଲେ କିମ୍ବା ସେମାନଙ୍କ ସହ କଥା ନ ହେଲେ ସେହି ସମୟରେ ରୋବଟ୍ ମୁତୟନ କରାଯିବ। ବ୍ରିଟେନ୍ଓ ଜାପାନରେ ଏହାର ପରୀକ୍ଷା ଶେଷ ହୋଇଛି। ଟ୍ରାଏଲରେ ଦେଖିବାକୁ ମିଳିଛି ରୋବଟ୍ ଲୋକଙ୍କ ସହ ୧୮ ଘଣ୍ଟା କଥା ହେବା ଦ୍ବାରା ସେମାନଙ୍କ ମାନସିକ ସ୍ବାସ୍ଥ୍ୟରେ ସୁଧାର ଆସୁଛି। ଯଦିଓ ଏ ପରିବର୍ତନ କିଞ୍ଚିତ ମାତ୍ରାର କିନ୍ତୁ ସକାରାତ୍ମକ ପ୍ରଭାବ ରହିଛି।
{"id":326646,"sizeSlug":"large"}କରୋନା ଭାଇରସ ମହାମାରୀ ଯୋଗୁ ବ୍ରିଟେନ୍ କେୟାର ହୋମ ଗୁଡ଼ିକରେ ସଦସ୍ୟଙ୍କ ଉପସ୍ଥିତି କମିବାରୁ ରୋବଟ୍ ବିକଳ୍ପ ଚିନ୍ତା କରାଯାଇଛି। ବ୍ରିଟେନରେ ୧୦୦ ବର୍ଷ ବୟସରୁ ଅଧିକ ବୟସର ପ୍ରାୟ ୧୫ ହଜାର ଲୋକ ଏକୁଟିଆ ଅଛନ୍ତି।