Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ତାମିଲନାଡୁ ହସ୍ପିଟାଲରେ କରୋନା ରୋଗୀଙ୍କ ଦାୟିତ୍ୱ ନେବେ ରୋବଟ, ଦୂର ହେବ ସଂକ୍ରମଣ ଭୟ

31/03/2020 at 3:31 PM

ତ୍ରିଚୁରାପଲ୍ଲୀ ୩୧/୦୩ : ତାମିଲନାଡୁ ତ୍ରିଚୁରାପଲ୍ଲୀର ଏକ ଘରୋଇ କମ୍ପାନୀ ସହରର ସରକାରୀ ହସ୍ପିଟାଲକୁ ଅନେକ ରୋବଟ ଦାନ କରିଛନ୍ତି | ଏହି ରୋବଟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କୁ ଔଷଧ ଦେବା କାମରେ ନିୟୋଜିତ ହେବେ | ବର୍ତ୍ତମାନ ୪ଟି ରୋବଟ କାମ କରୁଛନ୍ତି |

ଅପରପକ୍ଷରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିନ ମଜୁରିଆ ତଥା ଶ୍ରମିକଙ୍କ ଠାରୁ ଗୋଟିଏ ମାସର ଘର ଭଡା ନ ନେବାକୁ ଘର ମାଲିକଙ୍କୁ ଅପିଲ କରିଛନ୍ତି | ଏହାସହ ଗୋଟିଏ ମାସ ପର୍ଯ୍ୟନ୍ତ ବିଜୁଳି ଓ ପାଣି କନେକ୍ସନ ମଧ୍ୟ ନ କାଟିବାକୁ ନିର୍ଦେଶ ଦେଇଛନ୍ତି |

ରବିବାର ଦିନ ମୁଖ୍ୟମନ୍ତ୍ରୀ କୋଭିଡ-୧୯ ପାଇଁ ନିର୍ମିତ ସମିତି ଅଧ୍ୟକ୍ଷଙ୍କ ସହ ଲକଡାଉନ ବ୍ୟବସ୍ଥାର ସମୀକ୍ଷା ବୈଠକ କରିଥିଲେ | ବୈଠକରେ ସେ ଘର ମାଲିକମାନଙ୍କୁ ଅପିଲ କରିଥିଲେ ଯେ, କାମ ବନ୍ଦ ଥିବା ଯୋଗୁଁ ଦିନ ମଜୁରିଆ ଓ ଶ୍ରମିକମାନଙ୍କର ଗୋଟିଏ ମାସର ଘର ଭଡା ଛାଡ଼ କରାଯାଉ | ଘର ଭଡା ନ ମାଗିବାକୁ ତାଙ୍କୁ ଅପିଲ କରିଥିଲେ |
ଏହା ପୂର୍ବରୁ ଆଦିତ୍ୟନାଥ ଘୋଷଣା କରିଥିଲେ ଯେ, ଲକଡାଉନ ଯହୁଁ ବନ୍ଦ ରହିଥିବା କାରଖାନା ନିଜ କର୍ମଚାରୀଙ୍କୁ ଦରମା ଦେବେ | କର୍ମଚାରୀଙ୍କ ଦରମା କାଟିବେ ନାହିଁ | ଏହାସହ ରାଜ୍ୟରେ ଶ୍ରମିକ ଓ ଗରିବଙ୍କୁ ଚିହ୍ନଟ କରିବାକୁ କହିଥିଲେ ଯେପରିକି ସେମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ଭତ୍ତା ଦିଆଯାଇପାରିବ |

   Related Posts