କରୋନା ରୋଗୀଙ୍କୁ ଖାଦ୍ୟ ଓ ଔଷଧ ଦେବ ରୋବଟ : ସ୍ୱାସ୍ଥ୍ୟକର୍ମୀ ରହିବେ ବିପଦ ମୁକ୍ତ

Published By : Prameya-News7 Bureau | April 20, 2020 IST

ଚାଇବାସା ୨୦/୦୪ : କରୋନା ରୋଗୀଙ୍କ ସେବାରେ ରୋବଟ । ଝାଡଖଣ୍ଡର ଚାଇଁବସା ଜିଲ୍ଲା ଦେଶର ପ୍ରଥମ ଜିଲ୍ଲା ଯେଉଁଠାରେ କରୋନା ସଂକ୍ରମିତ ରୋଗୀଙ୍କୁ ଖାଦ୍ୟ ଓ ଔଷଧ ବର୍ତ୍ତମାନ ରୋବଟ ଦେବ | ପୂର୍ବରୁ ରୋଗୀଙ୍କୁ ଔଷଧ ଓ ଖାଦ୍ୟ ଦେବା କାର୍ଯ୍ୟ ସ୍ୱାସ୍ଥ୍ୟକର୍ମୀ କରୁଥିଲେ |ଏବେ ସେହି କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଛି ଏକ ସ୍ୱତନ୍ତ୍ର ରୋବାଟ । ଏହି ରୋବଟର ନାଁ କୋବୋଟ ରଖାଯାଇଛି | ଝାଡଖଣ୍ଡ ଚାଇଁବାସା ଜିଲ୍ଲାର ଡ଼ିଡ଼ିସି ଆଦିତ୍ୟ ରଞ୍ଜନ ୩ ଦିନ ମଧ୍ୟରେ ଏହିଭଳି ଏକ ରୋବଟ ତିଆରି କରିଛନ୍ତି । ମାତ୍ର ୨୫ ହଜାରରୁ କମ ଟଙ୍କାରେ ତିଆରି ରୋବଟ ଏବେ କରୋନା ରୋଗୀଙ୍କୁ ଖାଦ୍ୟ ଓ ଔଷଧ ଦେବା ପାଇଁ ସକ୍ଷମ | ଏହି ରୋବଟକୁ ରିମୋଟ ସାହାଯ୍ୟରେ ଅପରେଟ କରାଯାଉଛି| ଏହି ରୋବଟରେ କ୍ୟାମେରା ଲାଗିଛି | ଏହି କ୍ୟାମେରା ସାହାଯ୍ୟରେ ସାମ୍ନାର ଫଟୋ ଦୂରରେ ବସିଥିବା ଅପରେଟରଙ୍କୁ ଦେଖାଯିବ |

{"id":257210,"width":575,"height":431,"sizeSlug":"large"}

ରୋବଟରେ ଏକ ସ୍ପିକର ମଧ୍ୟ ଲାଗିଛି ଯାହା ରୋଗୀଙ୍କୁ ସୂଚନା ଦେବା ପାଇଁ ଲଗାଯାଇଛି | ପାଖାପାଖି ୩୦ କିଲୋଓ୍ୱାଟ କ୍ଷମତା ବିଶିଷ୍ଟ ଏହି କୋବୋଟକୁ ୨୦୦ ମିଟର ଦୂରରେ ବସି ମଧ୍ୟ ଅପରେଟ କରାଯାଇପାରେ | କେବଳ ଏତିକି ନୁହେଁ କାମ ସାରି ଫେରିବା ପରେ ୱାଟରପ୍ରୁଫ ହୋଇଥିବା ଏହି ରୋବୋଟକୁ ସାନିଟାଇଜ ମଧ୍ୟ କରାଯାଇପାରେ |

ଡ଼ିଡ଼ିସି ଆଦିତ୍ୟ ରଞ୍ଜନ କହିଛନ୍ତି ଯେ, ଯେଉଁ କର୍ମୀମାନେ ଖାଦ୍ୟ ଓ ଔଷଧ ଦେଇଛନ୍ତି ସେମାନେ କରୋନା ରୋଗୀଙ୍କ ସମ୍ପର୍କରେ ବେଶୀ ନ ଆସିବା ପାଇଁ ଏହି କୋବୋଟ ପ୍ରସ୍ତୁତ କରାଯାଇଛି | କାରଣ ସ୍ୱାସ୍ଥ୍ୟକର୍ମୀ ଅଧିକ ସମୟ କରୋନା ରୋଗୀଙ୍କ ସମ୍ପର୍କରେ ଆସିଲେ ତାଙ୍କ ଜୀବନ ପ୍ରତି ମଧ୍ୟ ଵିଵାଦ ସୃଷ୍ଟି ହେଉଛି | ଅନେକ ଜାଗାରେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଛନ୍ତି | ସବୁ ପ୍ରକାର ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯିବା ପରେ ମଧ୍ୟ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହେଉଛନ୍ତି | ଏହି ବିପଦରୁ ରକ୍ଷା ପାଇଁ ଏହିଭଳି ଏକ ରୋବଟ ତିଆରି କରାଯାଇଛି | ତେବେ କୋଭିଡି-୧୯ ୱାର୍ଡ ବାହାରୁ ହିଁ କୋବୋଟରେ ରୋଗୀଙ୍କ ପାଇଁ ଖାଦ୍ୟ, ଔଷଧ, ସାନିଟାଇଜର ଆଦି ରଖି ୱାର୍ଡ ଭିତରକୁ ପଠାଇବା ପାଇଁ ଚେଷ୍ଟା କରାଯାଉଛି |

ରୋବଟରେ ଥିବା କ୍ୟାମେରା ଯୋଗେ ଅପରେଟର ନିଜ ମୋବାଇଲରେ ସମସ୍ତ ଘଟଣା ଦେଖି ପାରିବେ ରୋବଟ କୁଆଡେ କୁଆଡେ ଯାଉଛି, କେତେ ନମ୍ବର ବେଡ଼କୁ ଯାଉଛି | ବେଡ଼ ନମ୍ବର ହିସାବରେ, ରୋଗୀଙ୍କ ଆବଶ୍ୟକତା ଅନୁଯାୟୀ ସ୍ୱାସ୍ଥ୍ୟକର୍ମୀ ରୋବଟକୁ କହିପାରିବେ ଯେ ଏହି ବେଡ଼କୁ ଜୋ, ଏହି ନମ୍ବର ବେଡ଼ ରୋଗୀଙ୍କୁ ଏହି ଔଷଧ ଦିଅ | ରୋଗୀଙ୍କୁ ବି ଯଦି କିଛି ସମସ୍ୟା ହେଉଛି ତାହେଲେ ସେ ମଧ୍ୟ କହିପାରିବେ | କାରଣ ରୋଗୀଙ୍କ ପାଇଁ ମଧ୍ୟ ଏକ ସ୍ପିକର ଲାଗିଛି | ରୋଗୀ ୱାର୍ଡରେ ଯାହା କହିବେ ସ୍ୱାସ୍ଥ୍ୟକର୍ମୀ ବାହାରେ ଥାଇ ତାହା ଶୁଣିପାରିବେ |

ଯଦି ଏହି ରୋବଟର ପ୍ରୟୋଗ ସଫଳ ହୁଏ ତାହେଲେ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡି-୧୯ ରୋଗୀଙ୍କ ପାଖକୁ ବାରମ୍ବାର ଯିବାକୁ ପଡିବ ନାହିଁ ଏବଂ ସେମାନେ ମଧ୍ୟ ସୁରକ୍ଷିତ ରହିବେ | ଡାକ୍ତରଙ୍କ କହିବାନୁଯାୟୀ, ଯଦି ଏହି ଉପାୟ ସଫଳ ହୁଏ ତାହେଲେ ଏହା ସ୍ୱାସ୍ଥ୍ୟକର୍ମୀଙ୍କ କାମ ବହୁତ ସରଳ କରିଦେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.