Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ପ୍ରଥମ ଥର ପାଇଁ ରୋବଟ୍ କଲା କ୍ୟାନସର ସର୍ଜରୀ, ଖୁବଶୀଘ୍ର ସୁସ୍ଥ ହେଲା ରୋଗୀ

20/09/2020 at 12:16 PM

ନୂଆଦିଲ୍ଲୀ ୨୦/୦୯: ଗୋଟିଏ ରୋବଟ୍ ଡାକ୍ତରଙ୍କ ତିନିଟି ଟିମ୍ ସହ ମିଶି କ୍ୟାନସର ରୋଗୀଙ୍କ ସର୍ଜରୀ କରିଛି। କୌଣସି କ୍ୟାନସର ରୋଗୀଙ୍କ ଏଭଳି ସର୍ଜରୀ ପ୍ରଥମ ଥର ପାଇଁ ହୋଇଛି। ରୋବଟ୍ ଚିକିତ୍ସା ଯୋଗୁ ରୋଗୀ ଖୁବଶୀଘ୍ର ସୁସ୍ଥ ହୋଇଛି।

ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବାର ନରଫୋକ ଆଣ୍ଡ ନରଓ୍ବିଚ୍ ୟୁନିଭର୍ସିଟି ହସପିଟାଲର ଡାକ୍ତରମାନେ ଫଇସଲା କରିଥିଲେ ସର୍ଜରୀର ତିନିଟି ପର୍ଯ୍ୟାୟ ଏକ ସଙ୍ଗରେ ପୂରା କରାଯିବ। ସେଥିପାଇଁ ତିନିଟି ଡାକ୍ତର ଟିମ୍ ଓ ରୋବଟ ସମାନ ସମୟରେ ସର୍ଜରୀ ଆରମ୍ଭ କଲେ। ଡେଲି ମେଲ୍ ଅନୁସାରେ ଆଡଭାନ୍ସ ରେକଟଲ କ୍ୟାନ୍ସର ସହ ଲଢ଼ୁଥିବା ୫୩ ବର୍ଷୀୟ ରୋଗୀଙ୍କ ସର୍ଜରୀରେ ଯେଉଁ ରୋବଟକୁ ଡାକ୍ତରମାନେ ନିଯୁକ୍ତ କରିଥିଲେ ତା’ ନାଁ da vinci si। ରୋବଟର ଚାରି ହାତରେ ସର୍ଜିକାଲ ଇନଷ୍ଟ୍ରୁମେଣ୍ଟ୍ ଦିଆଯାଇଥିଲା। ଏହା ସହ ଡାକ୍ତରମାନେ ଜୟଷ୍ଟିକ୍ ଓ ଥ୍ରୀ-ଡି ସ୍କ୍ରିନ୍ ମାଧ୍ୟମରେ ସର୍ଜରୀକୁ କଂଟ୍ରୋଲ କଲେ। ଏହି ରୋବଟର ଦାମ ୯.୫ କୋଟି ଟଙ୍କା।

ଯଦିଓ ଏହି ସର୍ଜରୀ ଜୁଲାଇ ମାସରେ କରାଯାଇଥିଲା। ଏବେ ଏହାର ତଥ୍ୟ ପ୍ରକାଶ କରାଯାଇଛି। ସର୍ଜରୀ​‌ରେ ସମୁଦାୟ ୧୪ ଜଣ ଡାକ୍ତର ସାମିଲ ହୋଇଥିଲେ। ଏହା ଦ୍ବାରା ଆଗାମୀ ସମୟରେ ଏକସଙ୍ଗରେ ଅନେକ ଡାକ୍ତର କାମ କରିବାର ସମ୍ଭାବନା ଉନ୍ମୁକ୍ତ ହେଲା। ଏହା ପୂର୍ବରୁ ଆଡଭାନ୍ସ ରେକଟଲ କ୍ୟାନସର ସର୍ଜରୀ ଭିନ୍ନ ଭିନ୍ନ ସିଫ୍ଟରେ ହୋଇଥାଏ। ଅର୍ଥାତ ଗୋଟିଏ ଟିମ୍ କାମ ପୂରା କରିବା ପରେ ଅନ୍ୟ ଏକ ଟିମ୍ ସର୍ଜରୀ କାମରେ ଲାଗନ୍ତି। ଏ ପାଇଁ ପ୍ରାୟ ୧୨ ଘଣ୍ଟା ସମୟ ଲାଗୁଥିବା ବେଳେ ଏଥର ୧୦ ଘଣ୍ଟାରେ ସର୍ଜରୀ ସଫଳତାପୂର୍ବକ ଶେଷ ହୋଇଛି। ପୂର୍ବରୁ ଏଭଳି ରୋଗୀଙ୍କୁ ହସପିଟାଲରେ ୨୧ ଦିନ ରଖାଯାଉ ଥିବା ବେଳେ ଏବେ ୭ ଦିନ ରଖାଯାଇ ଡିସଚାର୍ଜ କରାଯାଇଛି।

 

   Related Posts