ହୋଟେଲରେ ମହିଳା ରୋବୋର୍ଟ ନେବେ ଖାଇବା ଅର୍ଡର ଏବଂ ପୁରୁଷ ରୋବୋର୍ଟ ପରଷିବେ ଖାଇବା : ଜାଣନ୍ତୁ କେଉଁଠି

Published By : Prameya-News7 Bureau | February 06, 2019 IST

ପୋରୁର ୬/୨ : ଚେନ୍ନାଇର ପୋରୁରରେ ପ୍ରଥମଥର ପାଇଁ ଏମିତି ଏକ ରେସ୍ତୋରାଁ ଖୋଲିଛି ଯେଉଁଠି ରୋବୋର୍ଟ ଖାଇବା ପରଷିବେ | ରୋବୋର୍ଟ କେବଳ ଖାଇବା ପରଷିବେନି ବରଂ ଇଂରାଜୀ ଏବଂ ତାମିଲ ଭାଷାରେ ଲୋକଙ୍କ ସହ କଥା ମଧ୍ୟ ହେବେ | ଏହି ହୋଟେଲରେ ୭ଟି ରୋବୋର୍ଟଙ୍କ ଏକ ଟିମ କାମ କରୁଛି | ଏହି ସବୁ ରୋବୋର୍ଟ ଧଳା ଏବଂ ନୀଳ ରଙ୍ଗର | ଏହି ରୋବୋର୍ଟ ଗ୍ରାହକଙ୍କୁ ବହୁତ ଖୁସିରେ ସ୍ୱାଗତ ଜଣାଇଥାନ୍ତି | ଏମାନେ ଗ୍ରାହକଙ୍କୁ ଫୁଡ ଏବଂ ଡ୍ରିଙ୍କ ପରଷିଥାନ୍ତି | ଏପରିକି ରିସେପ୍ସନରେ ମଧ୍ୟ ମହିଳା ରୋବୋର୍ଟ ଅଛନ୍ତି | ଏହି ମହିଳା ରୋବୋର୍ଟଙ୍କୁ ଯାହା ପ୍ରଶ୍ନ କଲେ ସେ ଉତ୍ତର ମଧ୍ୟ ଦେଇଥାନ୍ତି | ଏହାଛଡା ଏହି ରୋବୋର୍ଟ ଗ୍ରାହକଙ୍କୁ ଗାଇଡ଼ ମଧ୍ୟ କରୁଛନ୍ତି | ଗ୍ରାହକ କେଉଁ ଟେବୁଲରେ ବସିବେ ତାହା ମଧ୍ୟ କହିଦେଇଥାନ୍ତି |

{"id":82471}


ଏହି ହୋଟେଲରେ ଥିବା ରୋବୋର୍ଟର ମୂଲ୍ୟ ୫ ଲକ୍ଷ ଟଙ୍କା | ଏହି ସବୁ ରୋବୋର୍ଟଙ୍କୁ ଅପରେଟ କରିବା ପାଇଁ ହୋଟେଲ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଇଛି | ହୋଟେଲ କର୍ମଚାରୀ ରୋବୋର୍ଟଙ୍କୁ ତିଆରି କରିଥିବା ବ୍ୟକ୍ତିଙ୍କ ସହ ସବୁବେଳେ ଯୋଗାଯୋଗରେ ରହିଥାନ୍ତି | ଜରୁରୀକାଳୀନ ପରିସ୍ଥିତିରେ ରୋବୋର୍ଟ ତିଆରି କରିଥିବା ବ୍ୟକ୍ତି ହୋଟେଲ କର୍ମଚାରୀଙ୍କୁ ସହଯୋଗ କରିଥାନ୍ତି | ହୋଟେଲର ଜେନେରାଲ ମ୍ୟାନେଜର କୈଳାସ କହିଛନ୍ତି ଯେ, ଭାରତରେ ଏହି ହୋଟେଲର ୩ଟି ଶାଖା ରହିଛି |

{"id":82474}

ସେ କହିଛନ୍ତି ଏହା ପୂର୍ବରୁ ଦେଶରେ ରୋବୋର୍ଟ ହୋଟେଲ ନଥିଲା | ପ୍ରଥମଥର ପାଇଁ ସଫଳତାର ସହ ଏହି ହୋଟେଲ ଲଂଚ ହୋଇଛି | ଏହି ସବୁ ରୋବୋର୍ଟଙ୍କ ନାଁ ରଖାଯାଇନାହିଁ | ରୋବୋର୍ଟଙ୍କ ନାଁ ରଖିବା ପାଇଁ ଗ୍ରାହକଙ୍କ ପରାମର୍ଶ ଲୋଡୁଛନ୍ତି ବୋଲି କହିଥିଲେ ହୋଟେଲର ମ୍ୟାନେଜର | ଗ୍ରାହକଙ୍କ ଠାରୁ ମତାମତ ମିଳିବା ପରେ ରୋବୋର୍ଟଙ୍କ ନାଁ ରଖିବା ପାଇଁ ଏକ ସମାରୋହ ଆୟୋଜନ କରାଯିବ ବୋଲି କହିଛନ୍ତି ହୋଟେଲର ମ୍ୟାନେଜର |

{"id":82472}


ହୋଟେଲ ମ୍ୟାନେଜର କୈଳାସ କହିଛନ୍ତି ଯେ, ତାଙ୍କ ପାଖରେ ଦୁଇ ପ୍ରକାର ରୋବୋର୍ଟ ଅଛନ୍ତି | ଗୋଟିଏ ପ୍ରକାର ରୋବୋର୍ଟ ଗ୍ରାହକଙ୍କ ସହ କଥାବାର୍ତ୍ତା କରିବେ ଏବଂ ଅନ୍ୟ ରୋବୋର୍ଟ ଗ୍ରାହକଙ୍କୁ ଖାଇବା ପରଷିବେ | ତେବେ ଏହି ହୋଟେଲର ଆହୁରି ଅନେକ ଗୁଡିଏ ଶାଖା ଖୋଲିବା ପାଇଁ ବିଚାର କରାଯାଉଛି ବୋଲି କହିଛନ୍ତି କୈଳାସ | ବାଙ୍ଗାଲୁରୁଠାରେ ଖୁବ ଶୀଘ୍ର ଏହାର ଏକ ଶାଖା ଖୋଲାଯିବ ବୋଲି କହିଛନ୍ତି କୈଳାସ |

{"id":82473,"width":588,"height":441}


ପ୍ରତ୍ୟେକ ଟେବୁଲରେ ମେନ୍ୟୁ ବୁକ ରହିଥାଏ | ଗ୍ରାହକ ଥରେ ନିଜ ପସନ୍ଦର ଭୋଜନ ଚୟନ କରିବା ପରେ ଅର୍ଡର ହୋଟେଲ ରୋଷେଇଘରକୁ ଯାଇଥାଏ | ସେଠାରୁ ରୋବୋର୍ଟ ଅର୍ଡର ଅନୁସାରେ ଖାଇବା ସଂଗ୍ରହ କରିଥାନ୍ତି | ରୋବୋର୍ଟଙ୍କୁ ଏଭଳି ଭାବେ ତିଆରି କରାଯାଇଛି ଯେ, ଯେଉଁ ଅର୍ଡର ଯେଉଁ ଟେବୁଲରୁ ଆସିଛି ରୋବୋର୍ଟ ଖାଇବା ନେଇ ସେହି ଟେବୁଲକୁ ହିଁ ଯାଇଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.