ଭୁବନେଶ୍ୱରରେ ରୋବ ରେଷ୍ଟୁରାଣ୍ଟ -ଗ୍ରାହକଙ୍କୁ ସେବା ଯୋଗାଉଛନ୍ତି ରୋବୋଟ ଓ୍ବେଟର ଚମ୍ପା ଆଉ ଚମେଲି
16/10/2019 at 10:31 PM

ରାଜଧାନୀ ରେଷ୍ଟୁରାଣ୍ଟରେ ଚମ୍ପା-ଚମେଲିଙ୍କୁ ନେଇ ଚର୍ଚ୍ଚା । ଖାଇବା ଟେବୁଲ୍ ନିକଟକୁ ଆସି କହୁଛନ୍ତି ନମସ୍କାର ! ମୁଁ ଚମ୍ପା, ଆପଣମାନେ ଖୁସି ତ ! ରାଜଧାନୀରେ ଆଜି ଠାରୁ ଆରମ୍ଭ ହୋଇଥିବା ରୋଗୋ ସେଫ୍ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ସେବା ଯୋଗାଉଛନ୍ତି ରୋବୋ ଓ୍ବେଟର ଚମ୍ପା ଆଉ ଚମେଲି ।

ଅନ୍ୟ ରେଷ୍ଟୁରାଣ୍ଟ ଭଳି ଏହି ରେଷ୍ଟୁରାଣ୍ଟରେ ଆପଣ ମେନ୍ୟୁ ଦେଖି ଅର୍ଡ଼ର ନେବେ ଓ ଅର୍ଡ଼ର ଅନୁସାରେ ଆପଣଙ୍କ ଟେବୁଲ ନିକଟକୁ ଆସି ଖାଦ୍ୟ ପହଞ୍ଚାଇବେ ଏହି ରୋବୋ ଓ୍ବେଟର । କେବଳ ଖାଦ୍ୟ ପହଞ୍ଚାଇବେ ତାହା ନୁହେଁ, ଆପଣଙ୍କୁ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଦେବେ ।

ଏମିତିକି ଗ୍ରାହକ କୌଣସି ମେସେଜ୍ ଦେବାକୁ ଚାହୁଁଥିଲେ ରୋବୋର୍ଟ ଦେହରେ ଲାଗିଥିବା ସ୍କ୍ରିନ୍ରେ ତାହା ପ୍ରଦର୍ଶିତ ହୋଇପାରିବ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଛନ୍ତି ଏହି ରୋବୋ ଓ୍ବେଟର ଚମ୍ପା -ଚମେଲି । ପ୍ରାୟ ସାଢ଼େ ୩ଲକ୍ଷ ଟଙ୍କା ଖର୍ଚ୍ଚରେ ୧୫ଦିନ ଭିତରେ ଏହି ରୋବୋକୁ ତିଆରି କରାଯାଇଛି ।