Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ରବିନ ଉଥାପ୍ପାଙ୍କ ବିବାଦୀୟ ଭିଡିଓ ଭାଇରାଲ, ବ୍ୟାନ୍ ପରେ ବି ବଲ୍‌ରେ ବୋଳୁଛନ୍ତି ଛେପ, କ’ଣ ହେବ ଆକ୍ସନ ?

1/10/2020 at 5:28 PM

ଦୁବାଇ, ୦୧ ।୧୦:  ଆଇପିଏଲ ୨୦୨୦ରେ ବୁଧବାର ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ରବିନ ଉଥାପ୍ପା ଆଇସିସିର ନିୟମ ଭାଙ୍ଗିଛନ୍ତି । ସେ ବଲରେ ଛେପ ଲଗାଇବା ଅଭିଯୋଗ ହୋଇଛି । ଆଇସିସି କରୋନା ବିପଦକୁ ନଜରରେ ରଖି ବଲରେ ଛେପ ଲଗାଇବା ଉପରେ କଟକଣା ଜାରି କରିଥିଲା । କିନ୍ତୁ ଉଥାପ୍ପା ମ୍ୟାଚ୍ ଚାଲିଥିବା ବେଳେ ବଲ୍‌ରେ ଛେପ ଲଗାଇଥିବା ନଜର ଆସିଥିଲେ ।

ମ୍ୟାଚର ତୃତୀୟ ଓଭରରେ ଜୟଦେବ ଉନାଦକତଙ୍କ ଏକ ବଲରେ ଉଥାପ୍ପା ସୁନୀଲ ନରିନଙ୍କ କ୍ୟାଚ୍ ହାତଛଡା କରିଥିଲେ। କ୍ୟାଚ୍ ଛାଡିବା ପରେ ଉଥାପ୍ପା ବଲରେ ଛେପ ଲଗାଇଥିଲେ । ଆଇସିସିର ନିୟମାନୁସାରେ, ଏପରି କରିବା ପରେ ଦଳକୁ ଦୁଇଟି ଚେତାବନୀ ଦିଆଯାଇଥାଏ । ଏହାପରେ ଯଦି ଛେପ ଲଗାଉଥିବା ଦେଖିବାକୁ ମିଳେ ତେବେ ବିପକ୍ଷ ଟିମ୍‌କୁ ଅତିରିକ୍ତ ୫ ରନ୍ ମିଳିଥାଏ ।  ଉଥାପ୍ପାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୩୭ ରନ୍‌ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ୨  ଓଭରରେ ୧୭୪ ରନ୍ କରିଥିଲା । ଏହାର ଜବାବରେ ରାଜସ୍ଥାନ ୧୩୭ ରନ୍‌ରେ ଅଟକି ଯାଇଥିଲା ।

ଚଳିତ ସିଜିନରେ ରାଜସ୍ଥାନର ଏହା ପ୍ରଥମ ପରାଜୟ । ତେବେ କୋଲକାତା ନିତର ତିନୋଟି ମ୍ୟାଚରୁ ଦୁଇଟିରେ ବିଜୟ ଲାଭ କରିଛି । କୋଲକାତାର ସମସ୍ତ ବୋଲର ଭଲ ପ୍ରଦର୍ଶନ କରିଥିଲେ । କମଲେଶ ନାଗରକୋଟି ଓ ଶିବମ ମାବି ଦୁଇଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ସୁନିଲ ନରିନ, ପେଟ୍ କମିନ୍ସ ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ ।

   Related Posts