Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ଧୋନୀଙ୍କ ସହ ଫଟୋ ସେୟାର କଲେ ରବୀନ ଉଥାପ୍ପାଙ୍କ ସ୍ତ୍ରୀ, ଲେଖିଲେ ଏମିତି….

31/07/2021 at 10:46 AM

ନୂଆଦିଲ୍ଲୀ, ୩୧/୦୭ :    ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍ ରହିନଥାନ୍ତି । ପତ୍ନୀ ସାକ୍ଷୀ ହିଁ ପୋଷ୍ଟ କରି ଧୋନୀଙ୍କ ଫଟୋ  ଓ ଭିଡିଓ ସେୟାର କରିଥାନ୍ତି ।ଗତ କିଛିଦିନ ତଳେ ବଲିଉଡ ଷ୍ଟାର ରଣବୀର ସିଂ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଧୋନୀଙ୍କ ସହ ଫଟୋ ପୋଷ୍ଟ କରିଥିଲେ । ସେହିଦିନ ରବୀନ ଉଥାପ୍ପାଙ୍କ ପତ୍ନୀ ଶୀତଲ ଗୌତମ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଧୋନୀଙ୍କ ସହ ଏକ ଫଟୋ ସେୟାର କରିଥିଲେ ।  ଯାହା ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋରେ ଧୋନୀ ଅଲିଭ୍ ଗ୍ରୀନ୍ ରଙ୍ଗର ଏକ ସାର୍ଟ ପିନ୍ଧିଥିବା ନଜର ଆସିଥିଲେ । ତାଙ୍କ ପାଖରେ ସ୍ପୋର୍ଟସ୍ ପ୍ରେଜେଣ୍ଟର ତନଭି ଶାହ ଓ ଭାବନା ମଧ୍ୟ ନଜର ଆସିଛନ୍ତି । ଏହି ଫଟୋରେ ଶୀତଲ ଲେଖିଛନ୍ତି ଯେ, ଲାଇଟନିଂ ମ୍ୟାନ୍ ଧୋନୀଙ୍କ ସହ ହ୍ୟାଙ୍ଗ୍ ଆଉଟ୍ କରିବା ସଦାବେଳେ ଭଲ ଲାଗେ । ଧୋନୀଙ୍କ ମ୍ୟାଚକୁ ସେ ମିସ୍ କରୁଥିବା ମଧ୍ୟ ଲେଖିଛନ୍ତି । ଏହି ପୋଷ୍ଟରେ ସେ ଧୋନୀଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି ।

ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହଜାର ହଜାର ଲାଇକ୍ ଓ କମେଣ୍ଟ ଆସିଛି । ୟୁଜର ଏହା ଉପରେ ରିଆକ୍ସନ ମଧ୍ୟ ଦେଉଛନ୍ତି ।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଧୋନୀ ଏବେ ଅଧିକାଂଶ ସମୟ ବନ୍ଧୁ ଓ ପରିବାର ବର୍ଗଙ୍କ ସହ କାଟୁଛନ୍ତି । ତେବେ ଆଇପିଏଲ ୨୦୨୧ ସ୍ଥଗିତ ହେବା ପୂର୍ବରୁ ତାଙ୍କ ନେତୃତ୍ୱରେ ଚେନ୍ନାଇ ଦମଦାର୍ ପ୍ରଦର୍ଶନ କରିଥିଲା ।

   Related Posts