Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆଜି ପୁଣି ଜୟପୁର ଇଡିରେ ହାଜର ହେଲେ ରବର୍ଟ ଭଦ୍ରା

13/02/2019 at 12:59 PM

ଜୟପୁର ୧୩|୨:  ଆଜି ପୁଣି ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି ରବର୍ଟ ଭଦ୍ରା । ଜୟପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀଙ୍କ ପାଖରେ ହାଜର ହୋଇଛନ୍ତି । ରାଜସ୍ଥାନ ବିକାନିର ଜମି ଦୁର୍ନୀତି ମାମଲାରେ ମାମଲାରେ ତାଙ୍କୁ ଗତକାଲି ଜେରା କରାଯାଇଥିଲା । ୧୧ ଜଣ ଅଫିସର, ୫୫ପ୍ରଶ୍ନ ସହ ତାଙ୍କୁ ଗତକାଲି ୯ ଘଣ୍ଟା ଧରି ଜେରା କରିଥିଲେ ।  ଭଦ୍ରାଙ୍କ ସମେତ ତାଙ୍କ ମା ମୌରୀନ ମଧ୍ୟ ଇଡିରେ ହାଜର ହୋଇଥିଲେ । ତାଙ୍କୁ ମଧ୍ୟ ଇଡି ଅଧିକାରୀ ଘଣ୍ଟାଏ ଧରି ପଚରା ଉଚରା କରିଥିଲେ । ତେବେ ମୌରିନ୍ ଙ୍କ ସ୍ବାସ୍ଥ୍ୟ ଠିକ୍ ନଥିବାରୁ ତାଙ୍କୁ ଆଉ ଆଜି ଇଡି ନିକଟରେ ହାଜର ହେବାକୁ କୁହାଯାଇନାହିଁ ।  ବେଆଇନ ଜମି କିଣା ମାମଲାରେ ଇଡିରେ ହାଜର ହେବାକୁ ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ମାମଲାରେ ରବର୍ଟ ଭଦ୍ରାଙ୍କୁ ବର୍ତମାନ ସୁଦ୍ଧା ଇଡି ୪ ଥର ଜେରା କରିସାରିଲାଣି । 

   Related Posts