Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଆର୍ଥିକ ଅନିୟମିତତା ମାମଲା : ପୁଣି ଇଡିରେ ହାଜର ହେଲେ ରବର୍ଟ ଭଦ୍ରା, ୨ଘଣ୍ଟା ଜେରା କଲା ଇଡି

7/02/2019 at 1:18 PM

ନୂଆଦିଲ୍ଲୀ ୭|୨: ଆର୍ଥିକ ଅନିୟମିତତା ମାମଲାରେ ଆଜି ପୁଣି ଥରେ ଇଡିରେ ହାଜର ହୋଇଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଜ୍ବାଇଁ ତଥା ପ୍ରିୟଙ୍କା ଗାନ୍ଧିଙ୍କ ସ୍ବାମୀ ରବର୍ଟ ଭଦ୍ରା। ଆଜି ଭଦ୍ରାଙ୍କୁ ୨ଘଣ୍ଟା ଜେରା କରିଥିଲା ଇଡି । ଜେରା ବେଳେ ତାଙ୍କ ସହ ତାଙ୍କ ଓକିଲ ଉପସ୍ଥିତ ଥିଲେ । ସମସ୍ତ ଦସ୍ତାବେଜ ସହ ଇଡିରେ ହାଜର ହୋଇଥିଲେ ରବଟ୍ ଭଦ୍ରା । ଭଦ୍ରାଙ୍କ ନାଁରେ ଲଣ୍ଡନରେ ସମ୍ପତ୍ତି କ୍ରୟରେ ଅର୍ଥ ହେରଫେର ଅଭିଯୋଗ ରହିଛି ।

 ଗତକାଲି ମଧ୍ୟ ଇଡି ତାଙ୍କୁ ମାରାଥନ ଜେରା କରିଥିଲା । ଗତକାଲି ୬ଘଣ୍ଟା ଧରି ଜେରା କରିଥିଲା ଇଡି । ଜେରା ବେଳେ ଭଦ୍ରା, ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ସଂଜୟ ଭଣ୍ଡାରୀଙ୍କ ସହିତ କୌଣସି ବ୍ୟବସାୟିକ ସଂପର୍କ ଥିବାକୁ ଖଣ୍ଡନ କରିଥିଲେ । ଲଣ୍ଡନରେ ତାଙ୍କର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କୌଣସି ସଂପତ୍ତି ଥିବା କଥାକୁ ଅସ୍ବୀକାର କରିଥିଲେ ।

ସେପଟେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାର ପ୍ରତିଶୋଧ ପରାୟଣ ହୋଇ ଇଡି ଦ୍ବାରା ଜେରା କରାଉଛନ୍ତି । ଦେଖାଯାଉ ଆଜିର ଜେରା ପରେ ରବଟ୍ ଭଦ୍ରାଙ୍କଠାରୁ କଣ ସବୁ ତଥ୍ୟ ଓଗାଳିବାରେ ସକ୍ଷମ ହେଉଛି ଇଡି ।

   Related Posts