ଆର୍ଥିକ ଅନିୟମିତତା ମାମଲା : ପୁଣି ଇଡି ଜେରାର ସାମ୍ନା କଲେ ରବର୍ଟ ଭଦ୍ରା

Published By : Prameya-News7 Bureau | February 09, 2019 IST

ନୂଆଦିଲ୍ଲୀ ୯|୨: ବେଆଇନ ସଂପତ୍ତି ଠୁଳ ମାମଲାରେ ଆଜି ପୁଣି ଇଡି ଜେରାର ସାମ୍ନା କରୁଛନ୍ତି ସୋନିଆ ଗାନ୍ଧିଙ୍କ ଜ୍ବାଇଁ ତଥା ପ୍ରିୟଙ୍କା ଗାନ୍ଧିଙ୍କ ସ୍ବାମୀ ରବର୍ଟ ଭଦ୍ରା। ଇଡି କାର୍ଯ୍ୟାଳୟରେ ରବର୍ଟ ଭଦ୍ରାଙ୍କୁ କରାଯାଇଛି ଜେରା ।  ବ୍ରିଟେନରେ ଅଚଳାଚଳ ସଂପତ୍ତି କେମିତି ଠୁଳ କଲେ ରବର୍ଟ ଭଦ୍ରା ଏନେଇ ଇଡି ଜେରା କରୁଛି। ତେବେ ରବର୍ଟ ଏହାକୁ ମନା କରିଆସିଛନ୍ତି ଯେ ତାଙ୍କର କୌଣସି ସଂପତ୍ତି ୟୁକେରେ ନାହିଁ।  ରବର୍ଟ ଭଦ୍ରାଙ୍କୁ ତୃତୀୟ ଥର ପାଇଁ ଜେରା କରୁଛି ଇଡି।  ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ  ହଟହଟା କରାଯାଉଛି ବୋଲି ସେ କହିଛନ୍ତି।

ପୂର୍ବରୁ ଗତ ୬ତାରିଖରେ ରବର୍ଟ ଭଦ୍ରାଙ୍କୁ ଦୀର୍ଘ ୬ ଘଣ୍ଟା ଧରି ଇଡି କାର୍ଯ୍ୟାଳୟରେ ଜେରା କରାଯାଇଥିଲା । ତାପର ଦିନ ଅର୍ଥାତ ୭ତାରିଖ ଦିନ ମଧ୍ୟ ୨ଘଣ୍ଟା ଧରି ତାଙ୍କୁ ଇଡି ଜେରା କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.