ମନି ଲଣ୍ଡ୍ରିଂ ମାମଲା : ଆଜି ପୁଣି ଇଡିରେ ହାଜର ହେବେ ରବର୍ଟ ଭଦ୍ରା

Published By : Prameya-News7 Bureau | February 07, 2019 IST

ନୂଆଦିଲ୍ଲୀ ୭|୨: ଆଜି ସକାଳ ୧୦ଟା ୩୦ରେ ଇଡି ଆଗରେ ପୁଣି ହାଜର ହେବେ ରବଟ ଭଦ୍ରା  । ମନି ଲଣ୍ଡ୍ରିଂ ମାମଲାରେ ରବର୍ଟ ଭଦ୍ରାଙ୍କୁ ଗତକାଲି ପ୍ରାୟ ୬ ଘଣ୍ଟା ଧରି ଜେରା କରିଥିଲା  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି । ଏହାପରେ ତାଙ୍କୁ ଘରକୁ ଯିବାକୁ ଅନୁମତି ମିଳିଥିଲା । ଜେରା ବେଳେ  ଭଦ୍ରା , ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ସଂଜୟ ଭଣ୍ଡାରୀଙ୍କ ସହିତ କୌଣସି ବ୍ୟବସାୟିକ ସଂପର୍କ ଥିବାକୁ ଖଣ୍ଡନ କରିଛନ୍ତି । ତେବେ ଲଣ୍ଡନରେ ତାଙ୍କର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କୌଣସି ସଂପତ୍ତି ଥିବା କଥାକୁ ଅସ୍ବୀକାର କରିଛନ୍ତି ।

ଗତକାଲି ଅପରାହ୍ନ ୪ଟାରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ରବର୍ଟ ଭଦ୍ରା । ତାଙ୍କ ପତ୍ନୀ ତଥା କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ନିଜେ ଆସି ଭଦ୍ରାଙ୍କୁ ଇଡି କାର୍ଯ୍ୟାଳୟରେ ଛାଡ଼ି ଯାଇଥିଲେ ।  ରବର୍ଟ ଭଦ୍ରାଙ୍କୁ ୩ ଟି ପର୍ଯ୍ୟାୟରେ ଜେରା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ମନୋଜ ଆରୋରା, ସୁମିତ ଚଢ଼ା, ସଂଜୟ ଭଣ୍ଡାରୀ ଭଳି ବିଭିନ୍ନ ଲୋକଙ୍କ ସହିତ ସଂପର୍କ ନେଇ ଜେରା କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଲଣ୍ଡନରେ ଥିବା ତାଙ୍କର ସଂପତ୍ତି ନେଇ ପଚରାଉଚରା ହୋଇଥିବା ବେଳେ, ତୃତୀୟ ପର୍ଯ୍ୟାୟରେ ପେଟ୍ରୋଲିୟମ କାରବାରର ମଧ୍ୟସ୍ଥି ହେବା ନେଇ ଜେରା କରାଯାଇଥିଲା ।

ସେପଟେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାର ପ୍ରତିଶୋଧ ପରାୟଣ ହୋଇ ଇଡି ଦ୍ବାରା ଜେରା କରାଉଛନ୍ତି । ଦେଖାଯାଉ ଆଜିର ଜେରା ପରେ ରବଟ୍ ଭଦ୍ରାଙ୍କଠାରୁ କଣ ସବୁ ତଥ୍ୟ ଓଗାଳିବାରେ ସକ୍ଷମ ହେଉଛି ଇଡି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.