ପ୍ରସିଦ୍ଧ ହଲିଉଡ ଅଭିନେତା ରବର୍ଟ ପାଟିନସନ କରୋନାରେ ସଂକ୍ରମିତ : ରୋକି ଦିଆଗଲା ‘ଦ ବ୍ୟାଟମ୍ୟାନ’ର ସୁଟିଂ

Published By : Prameya-News7 Bureau | September 04, 2020 IST

ନୂଆଦିଲ୍ଲୀ ୪/୯: ପ୍ରସିଦ୍ଧ ଆମେରିକୀୟ ଅଭିନେତା ରବର୍ଟ ପାଟିନସନ କରୋନାରେ ସଂକ୍ରମିତ ହୋଇଛନ୍ତି। ନିକଟରେ ପାଟିନସନ ‘ଦ ବ୍ୟାଟମ୍ୟାନ’ର ସୁଟିଂ ଲଣ୍ଡନରେ ଆରମ୍ଭ କରିଥିଲେ। ଯାହାକୁ ଏବେ ରୋକି ଦିଆଯାଇଛି। ପାଟିନସନ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

{"id":324878,"sizeSlug":"large"}

ଏବିଷୟରେ ସୂଚନା ଦେଇ ଓ୍ବାର୍ଣ୍ଣର ବ୍ରଦର୍ସର ମୁଖ୍ୟ କହିଥିଲେ ଯେ,‘ଦ ବ୍ୟାଟମ୍ୟାନ୍ ପ୍ରଡକ୍ସନର ଜଣେ ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ପ୍ରୋଟୋକଲ ଅନୁସାରେ ଏବେ ସେ ଆଇସୋଲେସନରେ ଅଛନ୍ତି। ବର୍ତ୍ତମାନ ସୁଟିଂକୁ ଅସ୍ଥାୟୀ ଭାବେ ରୋକି ଦିଆଯାଇଯାଇଛି।

{"id":324881,"sizeSlug":"large"}

Matt Reevesଙ୍କ ଫିଲ୍ମ ‘ଦ ବ୍ୟାଟମ୍ୟାନ’ର ବହୁ ଦିନରୁ ଚର୍ଚ୍ଚା ହେଉଥିଲା। ଲକଡାଉନ୍ ଯୋଗୁଁ ଫିଲ୍ମର ସୁଟିଂ ରୋକି ଦିଆଯାଇଥିଲା। ସେପ୍ଟେମ୍ବର ୧ତାରିଖରୁ ପୁଣି ଥରେ ସୁଟିଂ ଆରମ୍ଭ ହୋଇଥିଲା କିନ୍ତୁ ଏବେ ରବର୍ଟ ପାଟିନସନ ସଂକ୍ରମିତ ହେବା ପରେ ଏହାକୁ ରୋକିବାକୁ ପଡ଼ିଛି।

{"id":324882,"sizeSlug":"large"}

ଫିଲ୍ମର ନିର୍ଦେଶକ ମ୍ୟାଟ ରିବସ କହିଥିଲେ ଯେ ଏହି ଫିଲ୍ମର ସୁଟିଂ ୩ମାସରୁ ବାକି ରହିଛି। ଯାହାକୁ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ। ମେକର୍ସ ଫିଲ୍ମର ସୁଟିଂକୁ ବର୍ଷ ଶେଷ ଯାଏଁ ଶେ​ଷ କରିବାକୁ ଚାହୁଁଛନ୍ତି। ଯାହା ଫଳରେ ୨୦୨୧ରେ ରିଲିଜ ହେବାକୁ ଫିଲ୍ମ ପୂରାପୂରି ସମ୍ପୂର୍ଣ୍ଣ ହୋଇଯିବ। ଫିଲ୍ମରୁ ରବର୍ଟ ପାଟନସନଙ୍କ ଫାର୍ଷ୍ଟ ଲୁକ୍ ଫେବୃଆରୀରେ ରିଲିଜ କରାଯାଇଥିଲା।

{"id":324880,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.