ମେସି ଓ ରୋନାଲ୍ଡୋଙ୍କୁ ପଛରେ ପକାଇଲେ ଏହି ଫୁଟବଲର, ଜିତିଲେ ଫିଫା ପୁରସ୍କାର

Published By : Prameya-News7 Bureau | December 18, 2020 IST

ନୂଆଦିଲ୍ଲୀ,୧୮/୧୨:    ପୋଲାଣ୍ଡର ରବର୍ଟ ଲେବାନଡୋସ୍କି ଫିଫା ବେଷ୍ଟ୍ ପ୍ଲେୟାର ପୁରସ୍କାର ହାସଲ କରିଛନ୍ତି । ଏହାସହ ଏହି ୩୨ ବର୍ଷୀୟ ଫୁଟବଲର ଷ୍ଟ୍ରାଇକର୍ ମେସି ଓ ରୋନାଲ୍ଡୋଙ୍କୁ ଦବଦବାକୁ ଶେଷ କରିଦେଇଛନ୍ତି । ଗୁରୁବାର ଜ୍ୟୁରିଖରେ ଅନୁଷ୍ଠିତ ଭର୍ଚୁଆଲ ପୁରସ୍କାର ବିତରଣ ଉତ୍ସବରେ ସେ ଏହି ପ୍ରତିଷ୍ଠିତ ସମ୍ମାନ ହାସଲ କରିଛନ୍ତି ।

wp:html /wp:html

ଚଳିତ ବର୍ଷ ୟୁଇଏଫଏ ପୁରୁଷ ବର୍ଗରେ ପ୍ଲେଆର ଅଫ୍ ଦି ଇଅର ଜିତିଥିବା ଲେବାନଡୋସ୍କି ଫିପା ପୁରସ୍କାର ପାଇଁ ପ୍ରମୁଖ ଦାବିଦାର ଥିଲେ । ବିଜେତା କିଏ ହେବ ତାକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ ରାଷ୍ଟ୍ରୀୟ ଟିମ୍‌ର କୋଚ୍, କ୍ୟାପ୍ଟେନ ସହ କିଛି ସାମ୍ବାଦିକ ଓ ପ୍ରଶଂସକ ମଧ୍ୟ ସାମିଲ ଥିଲେ ।

ଲେବାନଡୋସ୍କି ୨୦୧୯-୨୦ ଚାମ୍ପିଅନ୍ସ ଲିଗରେ ନିଜ ଦମରେ କ୍ଲବ୍ ବାୟର୍ଣ୍ଣ ମ୍ୟୁନିଖଙ୍କୁ ଚାମ୍ପିଅନ କରିଥିଲେ । ଏହାବ୍ୟତୀତ ଲେବାନଡୋସ୍କି ବାୟର୍ଣ୍ଣ ମ୍ୟୁନିଖକୁ ଜର୍ମାନ ଲିଗ୍ , ଜର୍ମାନ କପ୍ ଓ ୟୁଇଏଫଏ ସୁପର କପ୍ ବିଜେତା କରାଇଥିଲେ । ସେ ୨୦୧୯-୨୦ ସିଜିନରେ ୪୭ଟି ମ୍ୟାଚରୁ ୫୫ଟି ଗୋଲ୍ କରିଥିଲେ ।

wp:html /wp:html

ସେ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିୟୋନେଲ ମେସିଙ୍କୁ ପଶରେ ପକାଇ ଏହି ପୁରସ୍କାର ଜିତିଛନ୍ତି । ମେସି ଗତଥର ରେକର୍ଡ କରି ୬ ଥର ଏହି ପୁରସ୍କାର ଜିତିଥିଲେ । ରୋନାଲ୍ଡୋ ମଧ୍ୟ ୬ ଥର ଏହି ପୁରସ୍କାର ଲାଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.