Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ଡକାୟତି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ: ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍

12/11/2020 at 10:12 PM

ବଲାଙ୍ଗୀର୧୨/୧୧: ବଲାଙ୍ଗୀର ଦେଓଗାଁ ପୋଲିସ୍ ଗତ ଦୁଇ ମାସ ଭିତରେ ବିଭିନ୍ନ ସ୍ଥାନରୁ ହୋଇଥିବା ଚୋରୀ, ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ପୃକ୍ତ ଥିବା ୭ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛିl ଡକାୟତି କରିଥିବା ଯୁବକମାନଙ୍କ ନାମରେ ବଲାଙ୍ଗୀର, କଳାହାଣ୍ଡି, ସୋନପୁର ଜିଲ୍ଲାର ବିଭିନ୍ନ ଥାନାର ଅପରାଧିକ ମାମଲା ରୁଜୁ ହୋଇଛି। ଏହି ଡକାୟତି ଉଦ୍ୟମ ବେଳେ ବ୍ୟବହୃତ ଏବଂ ଚୋରି ହେଇଥିବା ୧୧ଟି ବାଇକ, ୭ଟି ମୋବାଇଲ ସହିତ ୫ ହଜାର ୩୭୦ ଟଙ୍କା ମଧ୍ୟ ଜବତ କରିଛି।

ବନ୍ଧପଡ଼ା ଫାଣ୍ଡି ଅଧିକାରୀ କମଳ ଲୋଚନ ମାଝୀ ଗତ ବୁଧୁବାର ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଦେଷଣ୍ଡ- ବନ୍ଧପଡ଼ା ରାସ୍ତାରେ ଏକ ନମ୍ବର ବିହୀନ ବାଇକରେ ଆସୁଥିବା ଦେଶଣ୍ଡ ଗାଁର ସନ୍ତୋଷ କଲେତକୁ ସନ୍ଦେହ ପଚରାଉଚାର କରାଯାଇଥିଲା। ତାହା ଏକ ଚୋରି ବାଇକ ବୋଲି ଜାଣିବାକୁ ମିଳିଥିଲା। ଯାହାକି ଦେଓଗାଁ ଥାନା କେସ ନମ୍ବର ୨୬୩ରେ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା ପୋଲିସ୍।

ଦେଓଗାଁ ଥାନା କେସ ନମ୍ବର ୨୪୬ ଓ ୨୬୩ରେ ଜଡ଼ିତ ଥିବା ଧଣ୍ଡାମାଲ ଗାଁର ଅବିନାଶ ନାଗ (୨୧), ଦେଷଣ୍ଡ ଗାଁର ସନ୍ତୋଷ କଲେତ (୨୬), ସେବକ ନାଏକ (୨୫), ସଇଁତଲା ଥାନା ରେଙ୍ଗାଲୀ ନୂଆଁବସ୍ତିର ରାକେଶ ହରପାଳ(୨୫), ସୁବରାଜ ବାରିକ (୨୬), କେନ୍ଦୁଉଡ଼ାରର ଈଶ୍ୱର ଚନ୍ଦ୍ର ଗୁର୍ଦ୍ଦା (୩୧), ବେଳପଡା ଥାନା ଡୁଙ୍ଗୁରିଗୁଡା ଗାଁର ପ୍ରତାପ ସୁନା ( ୨୩)କୁ ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଛି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବଲାଙ୍ଗୀର ଏସ ଡି ପି ଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି l

   Related Posts