ଗୁଳିଫୁଟାଇ ବ୍ରଜରାଜନଗରରେ ସୁନା ଦୋକାନ ଲୁଟିଲେ ଡକାୟତ, ପିନ୍ଧିଥିବା ଗହଣା ବି ଛାଡିଲେନି

Published By : Prameya-News7 Bureau | November 15, 2019 IST

ଝାରସୁଗୁଡା ୧୫।୧୧ :  ବ୍ରଜରାଜନଗରରେ ଗୁଳି ଫୁଟାଇ ଡକାୟତ ଲୁଟିଛନ୍ତି ସ୍ୱର୍ଣ୍ଣଳଙ୍କାର ଦୋକାନ। ଗାନ୍ଧିଛକ-ନୂଆଡିହୀ ରାସ୍ତାରେ ଥିବା ସର୍ରାଫ ଜ୍ୱେଲରୀରେ ଶୁକ୍ରବାର ଡକାୟତ କଳାକନା ବୁଲେଇ ଦେଇଛନ୍ତି। ଦୁର୍ବୃତ୍ତମାନେ ଗୁଳି ଫୁଟାଇ ଦୋକାନ ମାଲିକ ଗୌରା ସର୍ରାଫଙ୍କୁ ଭୟଭୀତ କରି ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣଳଙ୍କାର ଲୁଟି ନେଇ ପଳାଇଛନ୍ତି।

{"id":184779,"sizeSlug":"large"}

ସ୍ୱର୍ଣ୍ଣଳଙ୍କାର ଦୋକାନରେ ସନ୍ଧ୍ୟାବେଳେ ଗ୍ରାହକଙ୍କ ଭିଡ ଥିଲା। ଲୋକେ କିଣାବିକା କରୁଥିବା ବେଳେ ଏହି ଡକାୟତୀ ହୋଇଛି। ୨ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଦୋକାନକୁ ଆସିଥିଲେ। ଭିଡ ଥିବାରୁ ଦୋକାନରେ ବସି ଅପେକ୍ଷା କରିଥିଲେ। ଗ୍ରାହକ ଚାଲିଯିବା ପରେ ସେମାନେ ବସିଥିବା ସ୍ଥାନରେ ଚଟ୍ଟାଣକୁ ୨ ରାଉଣ୍ଡ ଗୁଳି ଫୁଟାଇଥିଲେ। ଏଥିରେ ଦୋକାନ ମାଲିକ ଗୌରା ସର୍ରାଫ ଓ ତାଙ୍କୁ ବ୍ୟବସାୟରେ ସହଯୋଗ କରୁଥିବା ତାଙ୍କ ପତ୍ନୀ ଭୟଭୀତ ହୋଇପଡିଥିଲେ।

{"id":184780,"sizeSlug":"large"}

ଦୁର୍ବୃତ୍ତମାନେ ବନ୍ଧୁ ଓ ଭୂଜାଲି ଦେଖାଇ ଦୋକାନରେ ଥିବା ସମସ୍ତ ସୁନାରୂପା ଅଳଙ୍କାର ସମେତ ଦୋକାନୀଙ୍କ ପତ୍ନୀ ପିନ୍ଧିଥିବା ସମସ୍ତ ସୁନାଗହଣା ଛଡାଇ ନେଇ ପଳାଇଛନ୍ତି। ଦୁର୍ବୃତ୍ତ ମୋଟର ସାଇକେଲରେ ଆସିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଲୁଟ ସ୍ୱର୍ଣ୍ଣଳଙ୍କାର ପରିମାଣ ସମ୍ପର୍କରେ ଦୋକାନୀ ସଠିକ ତଥ୍ୟ ଦେଇପାରିନାହାନ୍ତି। ତେବେ ୫ରୁ ୬ଲକ୍ଷ ଟଙ୍କାର ଗହଣାଗାଣ୍ଠି ଦୋକାନରେ ଥିଲା ବୋଲି କହିଛନ୍ତି। ବ୍ରଜରାଜନଗର ପୋଲିସ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.