Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଜଜ୍‌ଙ୍କୁ ବନ୍ଧକ ବନାଇ, ସାରା ଘର କଲେ ଖାନ୍‌ ତଲାସ୍‌ ଲୁଟେରାଙ୍କୁ ମିଳିଲା ମାତ୍ର ୫୦୦ ଟଙ୍କା

5/09/2019 at 5:03 PM

ଭୋପାଳ – ମଧ୍ୟପ୍ରଦେଶର ଓମରିଆ ଜିଲାରେ ଜଣେ ଜଜ୍‌ଙ୍କ ଘରେ ମାରଣାସ୍ତ୍ର ଧରି କିଛି ଡକାୟତ ପଶିଥିଲେ । ଏହି ସମୟରେ ଜଜ୍‌ ଉଠିପଡିବାରୁ ସେମାନେ ଜଜ୍‌ଙ୍କୁ ଗୋଟିଏ ଖଟରେ ବାନ୍ଧି ଦେବାପରେ ପୁରା ଘର ଖାନ ତଲାସ କରିଥିଲେ ।

ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଏନ୍‌ଡିପିସି ଆକ୍ଟର ସ୍ୱତନ୍ତ୍ର ଜଜ୍‌ ସୁରେନ୍ଦ୍ର କୁମାର ଛାପାହା କଲୋନୀରେ ଥିବା ନିଜ ଘରେ ନିଜ ଚପରାସୀ ସହ ରହିଥିଲେ । ତାଙ୍କର ସୁରକ୍ଷା କର୍ମୀ ଛୁଟିରେ ଥିଲା । ରାତିରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଧରି ପ୍ରବେଶ କରିଥିଲେ । ୩ରୁ ୪ ଜଣ ଦୁର୍ବୃତ୍ତ ଜଜ୍‌ଙ୍କ ଘରେ ପ୍ରବେଶ କରିଥିଲେ । ସେମାନେ ପ୍ରବେଶ ଦ୍ୱାରକୁ ବନ୍ଦ କରିବା ପରେ ଜଜ୍‌ଙ୍କୁ ଖଟରେ ବାନ୍ଧି ଦେଇଥିଲେ । ଚପରାସୀ ଶୋଇଥିବା ଘରକୁ ବାହାର ପଟୁ ବନ୍ଦ କରି ଦେଇଥିଲେ ।

ଏହାପରେ ଡକାୟତମାନେ ଘରର କୋଣ ଅନୁକୋଣ ଖୋଜିଥିଲେ । ଲୁଟେରାମାନେ କେବଳ ୫୦୦ ଟଙ୍କା ପାଇଥିଲେ । ଜଜ୍‌ ଅଧିକାଂଶ ସମୟ ଡେବିଟ୍‌ କାର୍ଡରେ କାରାବାର କରିଥାଆନ୍ତି । ଘରେ ବି କୌଣସି ଦାମିକିଆ ଜିନିଷ ନଥିଲ । ଏହାପରେ ଦୁର୍ବୃ୍ତମାନେ ଫେରାର ହୋଇଯାଇଥିଲେ ।

ଏହି ଡକାୟତି ଘଟଣାର ଅଭିଯୋଗ ପରେ ଏକ ସ୍ନତନ୍ତ୍ର ତଦନ୍ତକାରୀ ଦଳ ବା ଏସ୍‌ଆଇଟି ଗଠନ କରାଯାଇଛି । ଖୁବ ଶୀଘ୍ର ଏହି ଡକାୟତମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି ।

ଏହାକୁ ନେଇ ମଧ୍ୟପ୍ରଦେଶରେ ରାଜନୀତି ଆରମ୍ଭ ହୋଇଛି । ବିରୋଧି ଦଳ ନେତା ରାଜ୍ୟର ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଶାସନ କାଳରେ ନ୍ୟାୟାଧୀଶ ବି ସୁରକ୍ଷିତ ନଥିବା କଥା ଟ୍ୱିଟ କରିଛନ୍ତି ।

   Related Posts