ଆରମ୍ଭ ହେଲା ପୁରୀର ଵହୁ ପ୍ରତୀକ୍ଷିତ ସିଦ୍ଧମହାବୀର ରେଳ ଓଭର ବ୍ରିଜ୍ ସର୍ଭେ କାମ

Published By : Prameya-News7 Bureau | January 18, 2020 IST

ଭୁବନେଶ୍ୱର ୧୮।୦୧ - ପୁରୀର ଵହୁ ପ୍ରତୀକ୍ଷିତ ସିଦ୍ଧମହାବୀର ରେଳ ଓଭର ବ୍ରିଜ୍ କାମ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

{"id":213096,"sizeSlug":"large"}

ଲୋକଙ୍କ ଦୀର୍ଘ ଦିନର ଦାବି ପରେ ଜମି ଅଧିଗ୍ରହଣ ନିମନ୍ତେ ମାପଚୁପ ଓ ସର୍ଭେ କାମ ଆରମ୍ଭ ହୋଇଛି। ଜାତୀୟ ରାଜପଥ,କାଲା(competent authority of land acquction)ଅଧିକାରୀଙ୍କ ଉପସ୍ଥିତିରେ ଏହି ସର୍ଭେ କରାଯାଇଛି। ଆଜି ଉଭୟ ମାଟିଆପଡା ଓ କୋଣାର୍କ ପଟୁ ଏହି ସର୍ଭେ କରାଯାଇଛି । ସର୍ଭେ ପରେ ଫାଇନାଲ୍ ଡିଜାଇନ୍ ପ୍ରସ୍ତୁତ କରାଯିବ। 

{"id":213094,"sizeSlug":"large"}

କୋଣାର୍କ,କାକଟପୁର, ଗୋପ,ନିମାପଡା, ଓ ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ରେଳ ଓଭର୍ ବ୍ରିଜ୍ ହୋଇନଥିବାରୁ ଦିନକୁ ଆଠଘଣ୍ଟା ଟ୍ରାଫିକ ଜାମ୍ ହେଉଛି। ଅଞ୍ଚଳବାସୀଙ୍କ ସହ ଛାତ୍ରଛାତ୍ରୀ,ବୃଦ୍ଧବୃଦ୍ଧା, ଓ ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଫସି ରହୁଥିଲା।

ରେଳବାଇ କ୍ରିୟାନୁଷ୍ଠାନ କମିଟି ସହ ବିଭିନ୍ନ ସଙ୍ଘଠନ ବାରମ୍ବାର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ରେଳ ଓଭର୍ ବ୍ରିଜ୍ ନିର୍ମାଣ କାର୍ଯ୍ୟ ପାଇଁ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ହସ୍ତକ୍ଷେପ ପରେ ରେଳ ଓଭର୍ ବ୍ରିଜ୍ ନିର୍ମାଣ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.