Wednesday, March 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୁଷଙ୍କ ପାଇଁ କୈାଣସି ବରଦାନରୁ କମ୍ ନୁହେଁ ଭଜା ରସୁଣ : ଜାଣନ୍ତୁ କିପରି

ଆୟୁର୍ବେଦରେ ରସୁଣର ଅନେକ ଫାଇଦା ରହିଛି। କିଏ ରସୁଣ କଞ୍ଚା ଖାଇଥାନ୍ତି ତ କେହି ତରକାରୀରେ କିମ୍ବା ଚଟଣୀରେ ପକାଇ ଖାଇଥାନ୍ତି। କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଯେ  ରସୁଣକୁ ଭାଜି କରି ମଧ୍ୟ ଖିଆଯାଇଥାଏ। ଖାସ୍ କରି ପୁରୁଷମାନଙ୍କ ପାଇଁ ରସୁଣ ଲାଭଦାୟକ ହୋଇଥାଏ।

ରସୁଣରେ ସଲଫର  ଅଧିକ ଥାଏ। ଏଥିରେ ଥିବା ତତ୍ତ୍ବରେ ଏଲିସିନ୍ ମଧ୍ୟ ଥାଏ। ଏଥିଯୋଗୁଁ ରସୁଣରେ ଆଣ୍ଟି ବ୍ୟାକ୍ଟେରିଆ, ଆଣ୍ଟି ଫଙ୍ଗଲ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଥାଏ। ରସୁଣକୁ ନେଇ ହୋଇଥିବା ଏକ ଗବେଷଣାରୁ ଜଣା ପଡ଼ିଛି ରସୁଣରେ ଥିବା ଫାଇଟୋକେମିକାଲ୍ସ୍ ପୁରୁଷଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

ଆୟୁର୍ବେଦ ଡାକ୍ତର ଅଧିକାଂଶ ସମୟରେ ପୁରୁଷଙ୍କୁ ରାତିରେ ଭଜା ହୋଇଥିବା ରସୁଣର ଗୋଟିଏ କୋଲା ଖାଇବାକୁ ପରାମର୍ଶ ଦିଅନ୍ତି। ଆସନ୍ତୁ ଜାଣିବା ଏଥିରୁ ମିଳୁଥିବା ଫାଇଦା ବିଷୟରେ

୧.ସେକ୍ସ ହରମୋନ୍ ସୃଷ୍ଟି କରିଥାଏ: ରସୁଣରେ ଥିବା ଏଲିସିନ୍ ନାମକ ପଦାର୍ଥ ପୁରୁଷଙ୍କ ସେକ୍ସ ହରମୋନ୍ ସ୍ତରକୁ ଠିକ୍ ରଖିଥାଏ। ଏହା ଦ୍ବାରା ପୁରୁଷମାନଙ୍କ ନଂପୁସକତା ଦୂର ହୋଇଥାଏ। ରସୁଣରେ ସେଲେନିୟମ୍ ଏବଂ ପ୍ରଚୁର ପରିମାଣରେ ଭିଟାମିନ୍ ଥାଏ ଯାହା ଦ୍ବାରା ପୁରୁଷଙ୍କ ସ୍ପର୍ମ ପରିମାଣ ବଢ଼ିଥାଏ।

୨.ଦାନ୍ତବ୍ୟଥା ନିମନ୍ତେ ଉପଯୋଗୀ: ଭଜା ରସୁଣ ଖାଇବା ଦ୍ବାରା ଦାନ୍ତ ବ୍ୟଥାରୁ ଉପଶମ ମିଳିଥାଏ। ଦାନ୍ତବ୍ୟଥା ହେଲେ ରସୁଣକୁ ବାଟି ଦାନ୍ତରେ ରଖିଲେ ତୁରନ୍ତ ଆରାମ ମିଳିବ। ରସୁଣରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଉପାଦାନ ଦାନ୍ତବ୍ୟଥାକୁ ଦୂର କରିଥାଏ। ଦାନ୍ତବ୍ୟଥା ଦୂର କରିବା ନିମନ୍ତେ ରସୁଣକୁ କଞ୍ଚାବଟା ଯାଇଥାଏ।

1028 Views

   ସମ୍ବନ୍ଧିତ ଖବର