ଭିକାରୀମୁକ୍ତ ହେବ ଭୁବନେଶ୍ବର ଓ ପୁରୀ , ପ୍ରସ୍ତୁତ ହେଲା ରୋଡମ୍ୟାପ୍

Published By : Prameya-News7 Bureau | October 10, 2019 IST

ଭୁବନେଶ୍ବର୧୦|୧୦: ଭିକାରୀମୁକ୍ତ ହେବ ଭୁବନେଶ୍ବର ଓ ପୁରୀ । ଏଥି ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି ସରକାର । ଏନେଇ ଏହି ଦୁଇ ଜିଲ୍ଲାର ଜିଲ୍ଲାପାଳ ଓ ପୋଲିସ ବିଭାଗକୁ ନିର୍ଦେଶ ଦିଆଯାଇଛି । ଏଥି ସହ ଭିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇଦିଆଯିବା ସହ ସହାୟ ଯୋଜନାରେ ଥଇଥାନ କରିବାକୁ ଯୋଜନା କରିଛନ୍ତି ସରକାର । ….

{"id":168492}

ରାଜଧାନୀରେ ରାଜରାସ୍ତା ହେଉ କି ବିଶ୍ବ ଐତିହ ସହର ବନିବାକୁ ଯାଉଥିବା ଶ୍ରୀକ୍ଷେତ୍ର ପୁରୀ । କେଉଁଠି ଆଉ ମନ୍ଦିର ସାମ୍ନାରେ କି ରାସ୍ତାରେ ଭିକାରୀମାନେ ଭିକ ମାଗୁଥିବାର ଚିତ୍ର ଦେଖିବାକୁ ମିଳିବ ନାହିଁ । ଏବେ ରାଜଧାନୀ ଭୁବନେଶ୍ବର ଓ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ କ୍ଷେତ୍ର ପୁରୀକୁ ଭିକାରୀମୁକ୍ତ କରିବାକୁ ଅଣ୍ଟାଭିଡ଼ିଛନ୍ତି ସରକାର । ଯେଉଁମାନେ ଭିକ୍ଷାବୃତ୍ତି କରୁଛନ୍ତି ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ସହ ସହାୟ ଯୋଜନାରେ ଥଇଥାନ କରିବାକୁ ଚିନ୍ତା କରିଛନ୍ତି ସରକାର । ତେବେ ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ସ୍ତରରେ ସ୍ବାଗତ କରାଯାଇଛି ।

{"id":168493}

ଭୁବନେଶ୍ବରର ବିଭିନ୍ନ ସମ୍ବେଦନଶୀଳ ଅଂଚଳ ଯେମିତିକି ଏଜି ଛକ, ଏୟାରପୋର୍ଟ ଏରିଆ, ସଚ୍ଚିବାଳୟ ମାର୍ଗ ଓ ବିଭିନ୍ନ ଟ୍ରାଫିକ୍‌ରେ ବୁଲି ଆଉ ଭିକ ମାଗିପାରିବେନି ଭିକାରୀ । ଲିଙ୍ଗରାଜ ମନ୍ଦିର ଓ ରାମମନ୍ଦିର ସାମ୍ନାରେ ଲମ୍ବା ଧାଡ଼ିରେ ବସି ଶ୍ରଦ୍ଧାଳୁଙ୍କ ପାଖରେ ହାତ ପତାଉଥିବା ଭିକାରୀମାନଙ୍କୁ ମଧ୍ୟ ସେଠାରୁ ଉଠାଇବାକୁ ବ୍ୟବସ୍ଥା କରାଯାଉଛି ।

{"id":168494}

ସେହିଭଳି ପୁରୀ ବଡ଼ ଦାଣ୍ଡକୁ  ମଧ୍ୟ ଭିକାରୀମୁକ୍ତ କରିବାକୁ ଯୋଜନା କରାଯାଇଛି । ଏନେଇ ସରକାରଙ୍କ ତରଫରୁ ୨ଜିଲ୍ଲାର ଜିଲ୍ଲାପାଳ ଓ ପୋଲିସ ବିଭାଗକୁ ନିର୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର । ତେବେ ସରକାରଙ୍କ ଏଭଳି ଯୋଜନାକୁ ନେଇ ଖୁସି ଜାହିର କରିଛନ୍ତି ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି ।

{"id":168495}

ରାଜ୍ୟରେ ମୋଟ ୬ହଜାର ୩୯୦ଜଣ ଭିକାରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ହଜାର ୮୮୬ଜଣଙ୍କୁ ସହାୟ ଯୋଜନାରେ ଥଇଥାନ କରାଯାଇଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.