ବନ୍ୟା ଜଳରେ ଧୋଇଗଲା ରାସ୍ତା, ଯାତାୟତ ବାଧାପ୍ରାପ୍ତ

Published By : Prameya-News7 Bureau | September 30, 2021 IST

ନିଶ୍ଚିନ୍ତକୋଇଲି ୩୦।୯: କଟକ ଜିଲ୍ଲା ମାହାଙ୍ଗା ମଉଦା-ତ୍ରିବେଣୀଶ୍ବର ଆରଡ଼ି ରାସ୍ତା ଶୁକନଦୀର ପାଣୁପଣ୍ଡା ପୋଲକୁ ସଂଯୋଗ କରୁଥିବା ରାସ୍ତା ବନ୍ୟା ଜଳରେ ସମ୍ପୂର୍ଣ୍ଣ ଧୋଇଯାଇଛି । ଫଳରେ ଯାତୟାତ ପୁରା ଠପ୍ ହୋଇଯାଇଛି । ଏହି ରାସ୍ତା ଉପରେ ପ୍ରାୟ ୫ ହଜାର ଲୋକ ଯିବାଆସିବା କରୁଥିବା ବେଳେ ରାସ୍ତା ବିଚ୍ଛିନ୍ନ ହେବାରୁ ମୁଖ୍ୟ ରାସ୍ତାକୁ ଆସିବା ପାଇଁ ୫ କିଲୋମିଟର ରାସ୍ତା ବୁଲିବାକୁ ପଡୁଛି। ନିମ୍ନ ମାନର ରାସ୍ତା କାମ ହୋଇଥିବାରୁ ରାସ୍ତା ଧସିଯାଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳକୁ ଆରଡ଼ି ବିଭାଗର ଅଧିକାରୀ ଆସିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.