ନୀଳଗିରିରେ ଟ୍ରକ୍ ଧକ୍କାରେ ଯୁବକ ମୃତ ; ମୃତଦେହ ରଖି ଉତ୍ତ୍ୟକ୍ତଲୋକଙ୍କ ରାସ୍ତା ଅବରୋଧ
3/10/2018 at 10:39 AM

ବାଲେଶ୍ବର ୩|୧୦: ବାଲେଶ୍ବର ଜିଲ୍ଲା ନୀଳଗିରିରେ ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଅଯୋଧ୍ୟା ବାଲି ଖାଦାନ ନିକଟ ପ୍ରତାପପୁର ଠାରେ ଟ୍ରକ୍ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁକୁ ନେଇ ଉତ୍ତେଜନା। ଗୋପାଳପୁରର ବାବୁଲା ପତ୍ର ନାମକ ଯୁବକ ଚାଲି ଚାଲି ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଉତ୍ତ୍ୟକ୍ତ ଲୋକେ ଟ୍ରକଟିକୁ ଅଟକ ରଖିବା ସହ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ।