Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ରାସ୍ତା ମରାମତି ଦାବିରେ ଆନ୍ଦୋଳନ, ଦାବି ପୂରଣ ନହେବା ଯାଁଏ ଜାରି ରହିବ ରାସ୍ତାରୋକ

15/07/2020 at 11:54 AM

ଭଦ୍ରକ ୧୫।୦୭: ଭଦ୍ରକରୁ ଆଖଣ୍ଡଳମଣି ମୁଖ୍ୟ ରାସ୍ତାର ଅର୍ଣ୍ଣପାଳ ବଜାର ଠାରେ  ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଅର୍ଣ୍ଣପାଳ ବଜାର ଠାରୁ ରାଜୁଆଳିବିନ୍ଧା ଆର. ଡ଼ି ରାସ୍ତାର ଦୀର୍ଘଦିନ ହେବ ଦୁରାବସ୍ଥା ହୋଇପଡିଛି । ଫଳରେ ଦୀର୍ଘଦିନ ହେବ ଏହି ରାସ୍ତାର ମରାମତି କିମ୍ବା ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ।

ବାରମ୍ବାର ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଶୁଣୁନଥିବାର ଅଭିଯୋଗ କରିଛି ବିଜେପି । ସେହି ରାସ୍ତାରେ ବାରମ୍ବାର  ଦୁର୍ଘଟଣା ଯୋଗୁଁ ସ୍ଥାନୀୟ ଲୋକ ବାରମ୍ବାର ହଇରାଣ ର ସମ୍ମୁଖୀନ ହେଉଛନ୍ତି । ରାସ୍ତା ମରାମତି ଓ ନିର୍ମାଣ ବିଜେପି ପକ୍ଷରୁ ଅର୍ଣ୍ଣପାଳ ଠାରେ ରାସ୍ତା ଅବରୋଧ କରାଯାଇଛି । ଯେପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ନ ଶୁଣି ଛନ୍ତି ଏହି ରାସ୍ତାରେ  ଅବରୋଧ କରିବେ ବୋଲି ପ୍ରତିକ୍ରିୟା ରଖିଛି ବିଜେପି ।

   Related Posts