ହତ୍ୟା ଅଭିଯୁକ୍ତକୁ ଗିରଫ ଦାବିରେ ଆନ୍ଦୋଳନ, ଘଟଣାସ୍ଥଳରେ ଉତ୍ତେଜନା
17/12/2020 at 3:22 PM

ସମ୍ବଲପୁର ୧୭।୧୨: ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ ରାସ୍ତା ଜାମ୍ | ଭିଏସଏସ ମାର୍ଗରେ ଆନ୍ଦୋଳନର ବସିଛନ୍ତି ସାକ୍ଷୀପଡା ବାସିନ୍ଦା | ସାକ୍ଷୀପଡା ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ ଏପର୍ଯ୍ୟନ୍ତ ଅସଫଳ ଥିବାରୁ ଆନ୍ଦୋଳନରେ ବସିଛନ୍ତି ପଡାବାସୀ | ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି | ପଡାର ମହିଳା ଯୁବକମାନ ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି | ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ୨ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତ ୧୫ ତାରିଖରେ ବିଜୟ ନାଏକଙ୍କୁ କିଛି ଯୁବକ ହତ୍ୟା କରିଥିଲେ ।