Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଲାଙ୍ଗୀ ନିକଟରେ କ୍ଷତିପୂରଣ ଦାବିରେ ରାସ୍ତାରୋକ

23/08/2018 at 1:47 AM

ତାଳଚେର ୨୩/୮ : ତାଳଚେରରୁ ଏନଟିପିସି ଯାଇଥିବା ୨୦୦ ନମ୍ବର ଜାତୀୟ ରାଜପଥ ନୂଆଁ ବଲାଙ୍ଗୀ ନିକଟରେ ରାସ୍ତାରୋକ । ଟାୟାର ଏବଂ ଗଛ ଡାଳ ପକାଇ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟଲୋକ । ଗତକାଲି ବଲାଙ୍ଗୀ ନିକଟରେ ବାଇକକୁ ଏକ କୋଇଲା ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ବାଇକ୍ ଆରୋହୀଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ମୃତକ ଜଳ ବଜ୍ରକୋଟର ସଂଜୟ ସାହୁ । ଗତକାଲି ତାଳଚେରରୁ କାମସାରି ଘରକୁ ଫେରୁଥିବା ବେଳେ ଟ୍ରକ୍ ଧକ୍କା ଦେଇଥିଲା । ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ବଲାଙ୍ଗୀ ନିକଟରେ ମୃତକଙ୍କ ପରିବାର ଏବଂ ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ସେହି ରାସ୍ତା ଦେଇ ଗାଡି ଚଳାଚଳ ବନ୍ଦ ରହିଛି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ଧକ୍କା ଦେଇଥିବା ଟ୍ରକ୍ ଡ୍ରାଇଭରକୁ ଏନଟିପିସି ପୋଲିସ ଗିରଫ କରିଛି ।

   Related Posts