ସଡକ ସୁରକ୍ଷା ସପ୍ତାହରେ ବି ପୋଲିସ ବାବୁ ପିନ୍ଧୁ ନାହାନ୍ତି ହେଲମେଟ, ହେଲେ ଲୋକଙ୍କଠୁ କାଟୁଛନ୍ତି ଚାଲାନ

Published By : Prameya-News7 Bureau | February 04, 2019 IST

ଭଦ୍ରକ ୪|୧: ଏବେ ଚାଲିଛି ସଡକ ସୁରକ୍ଷା ସପ୍ତାହ । ଆଉ ସବୁଠି ସଚେତନତା, ପୁଣି ସରକାରଙ୍କ ଅନୁଦାନରେ ସରକାରୀ ବାବୁମାନେ ଏଥିପାଇଁ ଲୋକଙ୍କୁ ସଚେତନ କରୁଛନ୍ତି । ବେସରକାରୀ ସଂସ୍ଥା ଓ ସ୍ବେଛାସେବୀ ସଙ୍ଗଠନ ଏଥିପାଇଁ ବି ହାତ ବଢାଇଛନ୍ତି। ତବେ ଭଦ୍ରକ ସହରରେ ସରକାରୀବାବୁ ଓ ପୋଲିସମାନେ କେମିତି ମାନୁଛନ୍ତି  ସଡକ ସୁରକ୍ଷା ନିୟମ ଫଟୋ ଦେଖିଲେ ଜଣାପଡୁଛି ।

{"id":81817}

ରାସ୍ତାରେ,  ପୋଲିସ ହେଲମେଟ ଚେକିଂ କରୁଛି ।  ଏହି ଖବର ଶୁଣିଲା ବଳେ ମନରେ ଛନକା ପଶିଯାଏ, ଆଉ ସେହି ବାଟଦେଇ ଯିବାକୁ ଭୟ ଲାଗେ । ତବେ ସେହି ପୋଲିସ ବାବୁମାନେ ନିଜେ ବାଇକ ଚଳାଇବା ବଳେ ହେଲମେଟ ପିନ୍ଧୁ ନାହାଁନ୍ତି । ଏହି ଦୃଶ୍ୟ ହେଉଛି ଭଦ୍ରକ ସହରର । ଦେଖନ୍ତୁ ପୋଲିସ ବାବୁମାନଙ୍କୁ, ବିନା ହେଲମେଟରେ ବାଇକ ଚଳାଉଛନ୍ତି । ଯେଉଠି ପୋଲିସ ହେଲମେଟ ପିନ୍ଧୁ ନାହିଁ, ସାଧାରଣ ଲୋକେ ବା କାହିଁକି ପିନ୍ଧିବେ । 

{"id":81818}

ଭଦ୍ରକ ଜିଲ୍ଲାପାଳ ଜିଲ୍ଲାର ପଟ୍ରୋଲ ପମ୍ପ ମାଲିକଙ୍କୁ ଚିଠି କରି କହିଥିଲେ - ବିନା ହେଲମେଟରେ କାହାକୁ ପଟ୍ରୋଲ ନଦେବା ପାଇଁ । ତବେ ସେ ନିୟମକୁ ଖୋଲାଖୋଲି  ବେଖାତିର । ଭଦ୍ରକ ସହରର ଟାଉନଥାନା ପାଖରେ ଏହି ପଟ୍ରୋଲ ପମ୍ପକୁ ଦେଖନ୍ତୁ କତେଜଣ ହେଲମେଟ ପିନ୍ଧିକି ପଟ୍ରୋଲ ପକାଉଛନ୍ତି । 

{"id":81819}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.