ନାବାଳିକାଙ୍କୁ ଅସଦାଚରଣ ମାମଲା : ରୋଡ୍ ରୋମିଓ ଦୀପକ ସାହୁ ଗିରଫ

Published By : Prameya-News7 Bureau | August 31, 2019 IST

ଭୁବନେଶ୍ବର ୩୧|୮: ଟ୍ୟୁସନ ଯିବାବେଳେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ରୋଡ୍ ରୋମିଓ ଦୀପକ ସାହୁକୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍ । ଦୀପକକୁ ଏକ ହୋଟେଲରୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତକୁ ନେଇ ସ୍ପଟ୍ ଭେରିଫିକେସନ କରାଯାଇଛି । ସିସିଟିଭିରେ କଏଦ ହୋଇଥିବା ଭିଜୁଆଲକୁ ନେଇ ଲକ୍ଷ୍ମୀସାଗର ଥାନା ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିଛି । କେଉଁ ପରିସ୍ଥିତିରେ ଆସି ସେ ନାବାଳିକାଙ୍କୁ ଅସଦାଚରଣ କରିଥିଲା ତାହା ଘଟଣାସ୍ଥଳରେ ଦେଖାଇଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।‘

{"id":151340}

ଗତ ୨୧ ତାରିଖରେ ଲକ୍ଷ୍ମୀସାଗର ଅଞ୍ଚଳର ସବର ସାହି ଲେନ୍ ଦେଇ ଜଣେ ନାବାଳିକା ସାଇକେଲରେ ଟ୍ୟୁସନ ଯାଉଥିବାବେଳେ ରୋଡ୍ ରୋମିଓ ଦୀପକ ତାଙ୍କ ସହ ଅସଦାଚରଣ କରିଥିଲେ । ନାବାଳିକା ଜଣଙ୍କ ଚିତ୍କାର କରିବାରୁ ଦୀପକ ଘଟଣାସ୍ଥଳରୁ ପଳାଇଯାଇଥିଲା । ମାତ୍ର ତାର ଚେହେରା ସିସିଟିଭିରେ କଏଦ ହୋଇଯାଇଥିଲା । ଏ ନେଇ ଥାନାରେ ପରିବାରଲୋକ ଏତଲା ଦେବା ପରେ ଗତକାଲି ଦୀପକକୁ ଗିରଫ କରିଛି ପୋଲିସ । ଦୀପକ ସହିଦନଗର ହାଟ ପାଖରେ ଫଳ ବ୍ୟବସାୟ କରନ୍ତି । ତାଙ୍କ ଅନେକ ବରିଷ୍ଠ ଅଧିକାରୀ ଏବଂ ବଡ ବଡ ରାଜନେତାଙ୍କ ସହ ସଂପର୍କ ଥିବା ଜାଣିବାକୁ ପାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.