ଯୁବତୀଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା, ବିଚ୍‌ ବଜାରରେ ରୋଡ୍‌ ରୋମିଓଙ୍କୁ ବୁଦ୍ଧି ଶିଖାଇଲେ ପୀଡ଼ିତାଙ୍କ ସାନ ଭଉଣୀ

Published By : Prameya-News7 Bureau | June 27, 2021 IST

ମୁମ୍ବାଇ ୨୭/୬: ରାସ୍ତାରେ ଯୁବତୀଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା। ପୀଡ଼ିତା ଚୁପ୍‌ ରହିଥିଲେ କିନ୍ତୁ ସାନ ଭଉଣୀ ରୋଡ ରୋମିଓଙ୍କୁ ଦେଲେ ପାନେ। ବିଚ୍‌ ରାସ୍ତାରେ ଏମିତି ମାଡ ମାରିଲେ ଯେ ୨ ଯୁବକ ଯିବାକୁ ବାଟ ପାଇଲେ ନାହିଁ । ଏ ସମସ୍ତ ଘଟଣାର ଭିଡିଓ ମଧ୍ୟ ଏବେ ଭାଇରାଲ୍‌ ହେଉଛି ।

ମହାରାଷ୍ଟ୍ରର ଔରଙ୍ଗାବାଦ ଅନ୍ତର୍ଗତ ସୁତଗିରନୀ ଛକରେ ଘଟିଥିବା ଏହି ଘଟଣାକୁ ଦେଖି ପଥଚାରୀ ମଧ୍ୟ ଅବାକ୍‌। ବାଇକ୍‌ରେ ଯାଉଥିବା ଦୁଇ ଯୁବକ ସେହି  ରାସ୍ତା ଦେଇ ଯାଉଥିବା ଜଣେ ଯୁବତୀଙ୍କୁ ଅଟକାଇବା ସହ ଦୁର୍ବ୍ୟବହାର କରିଥିଲେ । ବଦମାସଙ୍କ ଏପରି ବ୍ୟବହାରରେ ଯୁବତୀଜଣଙ୍କ ଭୟ ପାଇଯାଇଥିଲେ । ଠିକ୍‌ ସେତିକି ବେଳେ ପୀଡ଼ିତାଙ୍କ ସାନ ଭଉଣୀ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ । ଭଉଣୀଙ୍କୁ ଏଭଳି ସ୍ଥିତିରେ ଦେଖି ସାନ ଭଉଣୀ ରୋଡ ରୋମିଓଙ୍କ ସହ ଭିଡ଼ି ଯାଇଥିଲେ ।

ଯୁବତୀଙ୍କ ଉଗ୍ର ରୂପ ଦେଖି ଜଣେ ଯୁବକ ଗାଡ଼ି ଛାଡ଼ି ଛୁ ମାରିଥିଲା। କିନ୍ତୁ ସେ ଅନ୍ୟ ଜଣକୁ ଧରିନେଇଥିଲେ। ଏହା ପରେ ପୀଡ଼ିତାଙ୍କ ସାନ ଭଉଣୀ ବିଚ୍‌ ବଜାରରେ ଅଭିଯୁକ୍ତକୁ ନିର୍ଧୁମ ଛେଚିଥିଲେ। ଏହାକୁ ଦେଖିବାକୁ ସେଠାରେ ଭିଡ଼ି ଜମିଯାଇଥିଲା। କିଛି ଲୋକ ମାଡ ବେଳର ଭିଡିଓ କରି ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଦେଇଥିଲେ। ତେବେ ସାହାସିକତା ପାଇଁ ଯୁବତୀଙ୍କୁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.