ରୋଡ ରୋମିଓଙ୍କୁ ପାନେ- ଗୋଟିଏ ସ୍ଥାନରେ ଆଣ୍ଠେଇବା ସହ ଅନ୍ୟସ୍ଥାନରେ ଜୋତାମାଳ

Published By : Prameya-News7 Bureau | November 05, 2019 IST

ଭଦ୍ରକ/କେନ୍ଦ୍ରାପଡା ୦୫।୧୧ - ରାଜ୍ୟରେ ୨ଟି ଘଟଣାର ଭାଇରାଲ ଭିଡିଓ ବେସ ରୋଚକ ହୋଇଛି । ଭଦ୍ରକ ତିହିଡି ଥାନା ବାଲିଚତୁରୀ ଅଞ୍ଚଳର ୨ ରୋଡ ରୋମିଓଙ୍କୁ ଗାଁ ଲୋକେ କାବୁ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ଥାନା ଉତ୍ତର ଜମ୍ବୁ ଗାଁରେ ଅନୈତିକ କାର୍ଯ୍ୟ ସନ୍ଦେହରେ ଜଣେ ଯୁବକଙ୍କୁ ଯୋତା ମାଳ ପିନ୍ଧାଇଛନ୍ତି ଲୋକେ।

ରୋଡ ରୋମିଓଙ୍କୁ ପାନେ । ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚାଲିଥିଲେ  ୨ଯୁବକ । କଲେଜ ଛାତ୍ରୀମାନଙ୍କୁ ବାରମ୍ବାର ଫଲୋ କରିବା, କମେଣ୍ଟ ମାରିବା ଓ ଶେଷରେ ମୋବାଇଲ ନମ୍ବର ମାଗି ହଇରାଣ କରିବା ଦୁଇ ଯୁବକଙ୍କୁ ଏଭଳି ଦଣ୍ଡ ଦେଇଛନ୍ତି ଗାଁ ଲୋକେ । ଗାଁ ଲୋକେ ଉଭୟ ଯୁବକଙ୍କୁ କାବୁ କରିବା ସହ ମାଡ ମାରି ଆଣ୍ଠେଇ ଆଣ୍ଠେଇ ଗାଁ ଦାଣ୍ଡରେ ଚଲାଇଛନ୍ତି । ଯୁବକ ଦୁଇଜଣ  ଭଦ୍ରକ ତିହିଡି ଅଞ୍ଚଳର। ଖବର ପାଇ ତିହିଡି ପୋଲିସ ଉଭୟ ଯୁବକଙ୍କୁ  ଉଦ୍ଧାର କରିଥିଲା ।

ସେପଟେ କେନ୍ଦ୍ରାପଡା ଉତ୍ତର ଜମ୍ବୁ ଅଞ୍ଚଳରେ ଅନୈତିକ କାର୍ଯ୍ୟ ଅଭିଯୋଗରେ ଜଣେ ଯୁବକଙ୍କୁ ଯୋତାମାଳ ପିନ୍ଧାଇଛନ୍ତି ଲୋକେ।  ରବିବାର ବିଳମ୍ବିତ ରାତିରେ ଗାଁର ବନ୍ଦନା ମଣ୍ଡଳଙ୍କ ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଜଣେ ଯୁବକ ତାଙ୍କ ଘରେ ଜୋରଜବରଦସ୍ତ ପଶିବାକୁ ଚେଷ୍ଟା କରିଥିଲେ । ଘରେ ବନ୍ଦନା ଓ ତାଙ୍କ ପୁଅ ଶୋଇଥିବା ବେଳେ କବାଟ ବାଡେଇବା ସହ ଝରକା ଭାଙ୍ଗିବାକୁ ଉଦ୍ୟମ କରୁଥିଲେ । ତେବେ ବନ୍ଦନା ପାଟି କରିବାରୁ ସେ ଚମ୍ପଟ ମାରିଥିଲା । ପରଦିନ ପୁଣି ଥରେ ଯୁବକ ଜଣଙ୍କ ମେଡିସିନ ଦେବା ବାହାନାରେ ତାଙ୍କ ଘରେ ପଶିବାକୁ ଚେଷ୍ଟା କରିବା ବେଳେ ପଡୋଶୀମାନେ ତାକୁ କାବୁ କରି ନେଇଥିଲେ ।  ସଂମ୍ପୃକ୍ତ ଯୁବକ ଜମ୍ବୁ ପଂଚାୟତର ସରପଂଚ ପଞ୍ଚମୀ ମଣ୍ଡଳଙ୍କ ପୁଅ ବିଶ୍ବଜିତ ମଣ୍ଡଳ । 

ପ୍ରଶ୍ନ ଉଠୁଛି ଗାଁ ଲୋକେ ପୁଲିସ ନିକଟରେ ଅଭିଯୋଗ ନକରି ଆଇନକୁ  ହାତକୁ ନେବା କେତେ ଦୂର ଯୁକ୍ତି ଯୁକ୍ତ । ଭଣ୍ଡାରୀ ପୋଖରୀରୁ ଅଜୟ ପଣ୍ଡା ଓ ମହାକାଳପଡାରୁ ସମରେନ୍ଦ୍ର ମାହାଳୀଙ୍କ ରିପୋର୍ଟ ନ୍ୟୁଜ୍‌ ସେଭେନ୍‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.