ରୋଡ ରୋମିଓଙ୍କୁ ନିସ୍ତୁକ ଛେଚା

Published By : Prameya-News7 Bureau | August 02, 2018 IST

ଅସମାଜିକ ଯୁବକଙ୍କୁ ଧରି ଚପଲରେ ପିଟିଲେ ଛାତ୍ରୀ । ବ୍ରହ୍ମପୁର ଗାନ୍ଧିନଗର ଅଞ୍ଚଳରେ ଆଜି ଏହି ଘଟଣା ଘଟିଛି । ରୋଡ ରୋମିଓଙ୍କ ଏପରି ହୀନସ୍ତା ହେବାର ଦୃଶ୍ୟ ଚର୍ଚ୍ଚା ସୃଷ୍ଟି କରିଛି । ଛାତ୍ରୀ ଜଣକ କଲେଜରୁ ଫେରୁଥିବା ସମୟରେ ସଂପୃକ୍ତ ଯୁବକ ତାଙ୍କର ପିଛା କରିଥିଲେ । ଛାତ୍ରୀଙ୍କୁ ବିଭିନ୍ନ କମେଣ୍ଟ ପାସ କରିବା ସହ ହଇରାଣ ବି କରିଥିଲେ । ଏହା ଅସହ୍ୟ ହେବାରୁ ଛାତ୍ରୀ ଜଣକ ହଠାତ ଯୁବକଙ୍କୁ ଧରି ଚପଲରେ କଷିଦେଇଥିଲେ । ଏମିତି ରିଆକ୍ସନରେ ଅପ୍ରସ୍ତୁତ ରୋଡ ରୋମିଓ ଜଣକ ଘଟଣାସ୍ଥଳରୁ ଖସି ପଳାଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଛାତ୍ରୀଙ୍କ ସାହସିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.