ରୋଡ୍ ରୋମିଓକୁ ପାନେ : କମେଣ୍ଟ ମାରୁଥିଲେ, ଧରାପଡି ଯୁବତୀଙ୍କ ଗୋଡ ଧରି ଭୁଲ ମାଗିଲେ, ଦେଖନ୍ତୁ ଭିଡିଓ
2/03/2021 at 10:51 AM

ଆଠଗଡ, ୦୨|୦୩ : କମେଣ୍ଟ ମାରିବା ପଡ଼ିଲା ମହଙ୍ଗା । ଯୁବତୀଙ୍କ ଗୋଡ଼ ଧରିଲେ ରୋଡ୍ ରୋମିଓ । ଯାହାର ଭିଡିଓ ଏବେ ସାମାଜିକ ଗଣମଧ୍ୟମରେ ଭାଇରାଲ ହେବାରେ ଲାଗିଛି ।
ମହଙ୍ଗା ପଡିଲା କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା। ଛାତ୍ରୀଙ୍କ ଗୋଡ଼ ଧରି ଭୁଲ ମାଗିଲେ ରୋମିଓ। ଭିଡିଓଟି ଆଠଗଡ ତିଗିରିଆ ଥାନା ଅଞ୍ଚଳର ଗତ କିଛି ଦିନ ହେଲା ଏହି ବେଶ୍ ଭାଇରାଲ ହେବାରେ ଲାଗିଛି । ପ୍ରତିଦିନ ଏହି କଲେଜ ଛାତ୍ରୀ ଜଣକ ଆସିବା ବେଳେ ସ୍ଥାନୀୟ ଅଞ୍ଚଳର ଏହି ଯୁବକ କମେଟ ମାରିବା ସହ ଅଶ୍ଳିଳ ଇଙ୍ଗିତ ମଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ ।
ଏହି ଘଟଣା ସମ୍ପର୍କରେ ଜାଣିବା ସ୍ଥାନୀୟ ଲୋକ ଏବଂ ପରିବାର ଲୋକ ଯୁବକକୁ ଧରି ତିଗିରିଆ ଥାନକୁ ଆଣିଥିଲେ । ସେଠାରେ ଉଭୟ ପରିବାର ବସି ନିଷ୍ପତ୍ତି ନିଆଗଲା ଯେ ଯୁବକ ଜଣକ ଛାତ୍ରୀଙ୍କୁ ଗୋଡ଼ ଧରି ଭୁଲ୍ ମଗିବ । ତେବେ ଏହି ଦୃଶ୍ୟ ଭାଇରାଲ ହେବାର ଲାଗିଛି ।