ରୋଡ଼ ରୋମିଓକୁ ନିର୍ଧୁମ ଛେଚିଲେ ମହିଳା

Published By : Prameya-News7 Bureau | October 01, 2018 IST

ବାରିପଦା ୧/୧୦ : ଗତକାଲି ରାତି ପ୍ରାୟ ୯ଟା ବେଳେ ବାରିପଦାରେ ଘଟିଛି ଘଟଣା । ଜୁବୁଲି ଲାଇବ୍ରେରୀରୁ କବରଖା ରାସ୍ତାରେ ଜଣେ ମହିଳା ଯାଉଥିବା ସମୟରେ ୪ଜଣ ଯୁବକ ମହିଳାଙ୍କୁ କମେନ୍ଟ ମାରିଥିଲେ । ଉକ୍ତ ମହିଳା ପାର୍କରୁ ନିଜ ଛୁଆ ସହିତ ଘରକୁ ଫେରିବା ସମୟରେ ଚାରିଜଣ ଯୁବକ ତାଙ୍କୁ ମନ୍ଦ ଉଦେଶ୍ୟ ନେଇ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଏଥିରେ ଉତିଷ୍ଠ ହୋଇ ମହିଳା ଜଣକ ସାହସ ଜୁଟାଇ ଜଣକୁ କାବୁ କରିବା ସହିତ ନିର୍ଧୁମ ଛେଚିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ଦ୍ଵାରା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାରେ ଅଟକ ରଖିବା ସହିତ ତଦନ୍ତ ଜାରି ରଖିଛି । ତେବେ ପ୍ରାଥମିକ ତଦନ୍ତରୁ ସେହି ଯୁବକ ଜଣକ ବାଲେଶ୍ଵର ଜିଲ୍ଲା ଲକ୍ଷ୍ମଣଖୁଣ୍ଟା ଅଞ୍ଚଳର ଗୋବିନ୍ଦ ସିଂ ବୋଲି ଜଣାପଡିଛି । ବାକି ୩ଜଣ ଯୁବକ ସେଠାରୁ ଫେରାର ହୋଇଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.