ଅଠାନ୍ତର- ଚୌଧୁରୀ ସାହିର ରାସ୍ତା ଅବସ୍ଥା ସାଂଘାତିକ: ପ୍ରତିବାଦରେ ରାସ୍ତାରେ ତଳି ରୋଇଲେ ଗାଁ ଲୋକେ
29/08/2018 at 4:44 AM

ନିଆଳି୨୯|୮: କଟକ ଜିଲ୍ଲା ନିଆଳି ବ୍ଲକ ଅଠାନ୍ତର- ଚୌଧୁରୀ ସାହିର ରାସ୍ତା ଅବସ୍ଥା ସାଂଘାତିକ। ଗାଁ ଦାଣ୍ଡରେ ଆଣ୍ଠୁଏ ଆଣ୍ଠୁଏ ପାଣଇ, କାଦୁଅ ।ଜନପ୍ରତିନିଧି ଓ ପ୍ରଶାସନଙ୍କୁ କହି କହି କେହି ଗ୍ରାମବାସୀ ଥକିଗଲେ,ହେଲେ କେହି ଶୁଣିଲେନି । ଶେଷରେ ଧାନ ତଳି ରୁଆଇଲେ ଗାଁ ଲୋକେ ।ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ନାରା ଦେଇଛନ୍ତି ଗାଁର ଲୋକେ।
ଏହି ରାସ୍ତାର ହାଲ ବେହାଲ। ବର୍ଷା ହେଲେ ଗାଁ ଦାଣ୍ଡରେ ଆଣ୍ଠୁଏ ଆଣ୍ଠୁଏ ପାଣି ଆଉ କାଦୁଅ । ବର୍ଷାଦିନ ହେଲେ ଗାଁ ଲୋକଙ୍କ ଦୁଃଖ ବଢ଼ଯାଏ। ଘରୁ ବାହାରିବା ମୁସକିଲ । ରାସ୍ତା ତିଆରି ପାଇଁ ସ୍ଥାନୀୟନେତା ଓ ପ୍ରଶାସନଙ୍କୁ ବାରମ୍ବାର ଗୁହାରି କରିସାରିଲେଣି ଗାଁ ଲୋକେ ।ହେଲେ କୌଣସି ସୁଫଳ ମିଳିଲାନି । ଶେଷରେ ଏଭଳି ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି ଗ୍ରାମବାସୀ ।
ଅଠାନ୍ତର ଚୌଧୁରୀ ସାହିର ୩ ଓ ୪ ନମ୍ବର ୱାର୍ଡରେ ପାଖାପାଖି ୨ ଶହରୁ ଅଧିକ ପରିବାର ଲୋକେ ବାସ କରନ୍ତି । ଏମାନଙ୍କ ପାଇଁ ରାସ୍ତା ମୁଖ୍ୟ ସମସ୍ୟା ।ଗାଁର ରାସ୍ତା କାମ ମୁଖ୍ୟ ଦାବି । ଭୋଟ ସମୟ ଆସିଲେ, ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦିଅନ୍ତି ।କିନ୍ତୁ ସେ ସବୁ ପାଣିର ଗାର । ତେଣୁ ଏ ଥର ଯିଏ ଗାଁ ଦାଣ୍ଡକୁ ନିର୍ମାଣ କରିବ ସେ ଭୋଟ ନେବ ବୋଲି ଗାଁ ଲୋକେ ଚେତାଇ ଦେଇଛନ୍ତି । ସେପଟେ ବିଡିଓ କହୁଛନ୍ତି ଅନଧ୍ୟାନ କରି ଖୁବଶୀଘ୍ର ରାସ୍ତା କାମ ହେବ ।
ନିଆଳି ବ୍ଲକର ବାହାରଣା ପଞ୍ଚାୟତ ଅଠାନ୍ତର-ଚୌଧୁରୀ ସାହିର ଗାଁ ଦାଣ୍ଡ ରାସ୍ତା ସମସ୍ୟା କେବେ ସୁଧୁରିବ ତାହା ଦେଖିବାକୁ ବାକି ରହିଲା।