ସ୍ବାଧୀନତାର ୭ ଦଶନ୍ଧି ପରେ ବି ଗାଁକୁ ନାହିଁ ରାସ୍ତା: ଗୁହାରି ପରେ ବି ଶୁଣୁନି ପ୍ରଶାସନ, ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ

Published By : Prameya-News7 Bureau | November 04, 2020 IST

ସୁବର୍ଣ୍ଣପୁର ୦୪/୧୧ : ଲୋକେ ପାଇବେ ମୌଳିକ ସୁବିଧା। ଏଥିପାଇଁ  ସରକାର ଯୋଜନା ଲମ୍ବେଇବା ସହ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ସ୍ବାଧୀନତାର ୭ ଦଶନ୍ଧି ପରେ ବି ସୁବର୍ଣ୍ଣପୁରର ଅନେକ ଗାଁକୁ ରାସ୍ତା ନାହିଁ। ଚାଲନ୍ତୁ ଯିବା ତରଭାର ବଡ଼ମାଲ ଗାଁକୁ ଆଉ ଦେଖିବା ଯାତାୟତରେ କେମିତି ସମସ୍ୟା ଭୋଗୁଛନ୍ତି ଲୋକେ।

{"id":356183,"sizeSlug":"large"}

ରାସ୍ତା ସାରା କାଦୁଅ। ୪ ପାହୁଣ୍ଡ ପଡ଼ିଥିବ କି ନାହିଁ ବିରାଟ ବିରାଟ ଗାତ। ଠାଏ ଠାଏ ଗାତରେ ଏମିତି ପାଣି ଜମିଛି। ଅଣଓସାରିଆ ରାସ୍ତାରେ ଯିବାକୁ ବାଧ୍ୟ ଲୋକେ। ଟିକିଏ ବେହୁସିଆର ହେଲେ ସ୍ଲିପ୍ କରିବା ଥୟ। ସୁବର୍ଣ୍ଣପୁର ତରଭାର ବଡ଼ମାଳ ଗାଁକୁ ପକ୍କା ରାସ୍ତା ନାହିଁ।  ଦେହପା ହେଲେ କଥା ସରିଲା। ଆମ୍ବୁଲାନ୍ସ ପଶିପାରେନି ଗାଁକୁ ।ଅନେକ ଗୁରୁତର ରୋଗୀ ଡାକ୍ତରଖାନାରେ ପହଞ୍ଚିନପାରି ଆଖିବୁଜିଛନ୍ତି। କିଛି ଦିନ ତଳେ ଆମ୍ବୁଲାନ୍ସ ନ ଆସିପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ପଡିଥିଲା।

{"id":356184,"sizeSlug":"large"}

ରାସ୍ତା ପାଇଁ ନେତାଙ୍କ ଠାରୁ ବିଡିଓଙ୍କ ପର୍ଯ୍ୟନ୍ତ ଗୁହାରି କରିଛନ୍ତି ଲୋକେ। ହେଲେ ଶୁଣୁଛି କିଏ ? ତେବେ ଆଗାମୀ ଦିନରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଲେଣି ଲୋକେ। ସେପଟେ ଚିରାଚରିତ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ। ରାସ୍ତା ଖଣ୍ଡେ ପାଇଁ ବିତିଲାଣି ୭ ଦଶନ୍ଧି। ଦେଖାଯାଉ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.