ଜନନୀ ଯନ୍ତ୍ରଣା : ରାସ୍ତା ଅଭାବରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ୩ କିମି ଭାରରେ ବୁହାହେଲେ ଗର୍ଭବତୀ

Published By : Prameya-News7 Bureau | October 21, 2020 IST

ନବରଙ୍ଗପୁର ୨୧।୧୦: ପୁଣି ଥରେ ଜନନୀ ଯନ୍ତ୍ରଣା । ସ୍ୱାସ୍ଥ୍ୟସେବା ସୁଧାର ଆଣିବା ପାଇଁ ଅନେକ ବ୍ୟବସ୍ଥା କରୁଛନ୍ତି ସରକାର। କିନ୍ତୁ ତାହା ସାଧାରଣ ଜନତାଙ୍କ ପାଖରେ ପହଞ୍ଚିପାରିନୁ । ଗର୍ଭବତୀ ମହିଳାଙ୍କ ପାଇଁ ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ସରକାର ପ୍ରାଥମିକତା ଦେଇଛନ୍ତି । କିନ୍ତୁ ଅପହଞ୍ଚ ଅଞ୍ଚଳରେ କଣ ସେବା ପହଞ୍ଚିପାରୁଛି । ନବରଙ୍ଗପୁର ଝରିଗାଁ ବ୍ଲକ ସଦର ପଞ୍ଚାୟତ କୋଟେନପାନୀ ଗାଁରୁ ଆସିଛି ଏମିତି ଏକ ଦୃଶ୍ୟ ।

{"id":348097,"sizeSlug":"large"}

ଖବର ଅନୁଯାୟୀ, କୋଟେନଚୂଆଁ ଗ୍ରାମର  ଲକ୍ଷୀଧର ସାନ୍ତାଙ୍କ   ସ୍ତ୍ରୀ ବିଜୟା ସାନ୍ତା (୨୨)ଙ୍କୁ ଆଜି ସକାଳ ୫ଟା ସମୟ  ପ୍ରସଵ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଗାଁର  ଆଶାକର୍ମୀଙ୍କୁ ପରିବାର ଲୋକେ ଖଵର ଦେଇଥିଲେ । ପରେ ଆଶାକର୍ମୀ ଓ ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । କିନ୍ତୁ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରିନଥିଲା । ଗାଁ ଠାରୁ ୩କିମି ଦୂରରେ ହାତୀବାଡ଼ି ମୁଖ୍ୟ ରାସ୍ତା ପାଖରେ ଅଟକି ରହିଥିଲା ।

{"id":348098,"sizeSlug":"large"}

ଶେଷରେ ଆମ୍ବୁଲାନ୍ସ ନିକଟକୁ ନେବା ପାଇଁ ପରିବାର ଲୋକେ ଭାରରେ ୩କିମି ବୋହି ଆଣିଥିଲେ , ପରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମହିଳା ଜଣଙ୍କ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଉଭୟ ମା ଓ ଝିଅର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

{"id":348099,"sizeSlug":"large"}

କୋଟେନ।ପାନୀ ଗାଁ ଝରିଗାଁ ବ୍ଲକ ସଦରକୁ ୧୦ କିମି ହୋଇଥିବା ବେଳେ ,  ମୁଖ୍ୟ ରାସ୍ତା ଠାରୁ ୩ କିମି   ତଥାପି  ଗାଁ ରାସ୍ତା ନିର୍ମାଣ ଦିଗରେ ପ୍ରଶାସନର କୌଣସି ନାହିଁ । ଯାହାଫଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଏଦିଗରେ ଜିଲ୍ଲା ପ୍ରଶାସନ ଏକ ସ୍ଵତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.