Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଗାଁକୁ ରାସ୍ତା ନାହିଁ ; ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ

31/07/2018 at 11:11 AM

ଓଡିଶାର ସୀମାନ୍ତ ଜିଲ୍ଲା ବାଲେଶ୍ବରରେ ରହିଛି ଓଡିଶାର ସର୍ବବୃହତ ବ୍ଲକ ଭୋଗରାଇ । ଶିକ୍ଷା, ସାହିତ୍ୟ,ଐତିହ ଓ ଧାନ,ପାନ,ମୀନକୁ ନେଇ ସାରା ଭାରତରେ ଚର୍ଚ୍ଚିତ । ଏସବୁ ସତ୍ୱେ ଭୋଗରାଇ ବ୍ଲକ ରାଜନୈତିକ ଅବହେଳାର ସ୍ବୀକାର ହୋଇ ଏହାର ଅଧିବାସୀମାନେ ନାହିନଥିବା କଷ୍ଟ ସହିଆସୁଛନ୍ତି । ଏହାର ଏକ ପ୍ରକୃଷ୍ଟ ଉଦାହରଣ ହେଉଛି ଭୋଗରାଇ ବ୍ଲକର ଜୟରାମପୁର ପଂଚାୟତର ଆଠ ନମ୍ବର ଓବାର୍ଡ ଖଡିକାବାଡୀ ଗାଁ । ଏହି ଗାଁଟି ପଂଚାୟତର ସଦର ମହକୁମା ଠାରୁ ତିନି କିମି ଦୂରରେ ଥିବା ଶତାଧିକ ଏକର ଚାଷ ଜମିର ମଧ୍ୟଭାଗରେ । ତିନି ଦିଗରେ ସୂବର୍ଣ୍ଣରେଖା ନଦୀ ଘେରି ରହିଥିବାରୁ କେବଳ ଗୋଟିଏ ମୁଖ୍ୟ ରାସ୍ତା ରହିଛି ଗ୍ରାମରେ ପ୍ରବେଶ କରିବା ପାଇଁ । ଗାଁରେ ଶହେରୁ ଅଧିକ ଘର । ଆଦିବାସୀ ଓ ହରିଜନ ବସ୍ତି । ମୁଖ୍ୟ ସଡକଟି ୫୦ରୁ ଅଧିକ ବର୍ଷ ହେଲା ନିର୍ମାଣ ହୋଇନାହିଁ । ସବୁବର୍ଷ ସଡକ ନିର୍ମାଣ ପାଇଁ ଅନୁଦାନ ଆସୁଥିବା ଗ୍ରାମବାସୀ ଶୁଣନ୍ତି ମାତ୍ର କେବେ କାମ ହୁଏ ନାହିଁ । ଗରୀବ ଆଦୀବାସୀ ଓ ହରିଜନ ପରିବାରର ପିଲାମାନେ ବର୍ଷ।ଦିନ ଛଅମାସ ରାସ୍ତାରେ କାଦୁଅ ପାଇଁ ସ୍କୁଲ ଯାଇନପାରି ଘରେ ରୁହନ୍ତି। ହାଟ ବଜାର ଆଦି ଆଣିବା ପାଇଁ ବହୁ କଷ୍ଟରେ ଗାଁ ଲୋକେ ବାହାରକୁ ଆସନ୍ତି । ସତେ ଯେମିତି ଛଅମାସ ଏହି ଗାଁ ଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ । ଏବେ ଚିଙ୍ଗୁଡି ମାଫିଆ ସେ ଅଂଚଳର ଗରିବ ଲୋକଙ୍କ ଉପରେ ଚଳାଇଛନ୍ତି ଦମନଲୀଳା । ସ୍ଥାନୀୟ ବିଧାୟକ ଅନନ୍ତ ଦାସ ଓଡିଶା ସରକାରଙ୍କ ଶାସନରେ ଜଣେ ବରିଷ୍ଠ ମନ୍ତ୍ରୀ ଥାଇ ମଧ୍ୟ ଖଡିକାବାଡୀ ପରି ଭୋଗରାଇ ବ୍ଲକର ବହୁ ଅବହେଳିତ ଗାଁକୁ ନଜର ଦେଉନଥିବା ନିର୍ବାଚନ ମଣ୍ଡଳୀ ହୋଇଛି ଚର୍ଚ୍ଚାର ବିଷୟ । ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ଭୋଗରାଇ ବ୍ଲକରେ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବଳେ ଖଡିକାବାଡୀ ଗାଁକୁ ନା ରାସ୍ତା ନା ପିଇବା ପାଣିର ବ୍ୟବସ୍ଥା ନ କରିବା ସ୍ଥାନୀୟ ଅଂଚଳ ବାସୀକୁ ଚକିତ କରିଛି । ଏବିଷୟରେ ସ୍ଥାନୀୟ ଯୁବନେତା ଅଂଶୁମାନ ମହାନ୍ତି ପ୍ରଶାସନିକ ସ୍ତରରେ ଦୃଷ୍ଟି ଆକର୍ଷଣ କଲା ପରେ ଏହି ରାସ୍ତାକୁ ୨ କୋଟି ୮୭ ଲକ୍ଷ ଟଙ୍କା ମଂଜୁର ହୋଇଥିବା ସ୍ଥାନୀ ସରପଂଚ କହିଛନ୍ତି । ତବେ ଏହା କେତେଦୂର ସତ୍ୟ ତାହା ସମୟ କହିବ ।

   Related Posts