ମୁହାଁମୁହିଁ ଧକ୍କା ହେଲା ବାଇକ, ଚାଲିଗଲା ୨ଜଣଙ୍କ ଜୀବନ
4/08/2020 at 2:00 PM

ଉଦଳା ୦୪।୦୮ : ଦୁଇ ବାଇକ୍ ମୁହାଁମୁହିଁ ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଉଦଳା ଥାନା ଦିଘି ନୂଆସାହି ଛକ ନିକଟରେ ।

ସୂଚନାଯୋଗ୍ୟ ଯେ, ଦିଘିନୂଆସାହି ଗାଁ ବୁଛୁ ମୁର୍ମୁ ନିଜ ଗାଡିରେ ଆସୁଥିବା ବେଳେ ବିପରୀତ ଦିଗରୁ କାଳିମେଘି ଗ୍ରାମର ବାଦ୍ର ହେମ୍ବ୍ରମ ଯାଉଥିଲେ । ଠିକ୍ ସମୟରେ ଦିଘିନୂଆସାହି ଛକ ନିକଟରେ ଦୁହିଁଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଉଭୟ ସଂଜ୍ଞାହୀନ ଅବସ୍ଥାରେ ସେଠାରେ ପଡି ରହିଥିଲେ । ତେବେ ଦୁର୍ଘଟଣାର ଖବର ପାଇ ଉଦଳା ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ଦୁର୍ଘଟଣା ଏତେ ଜୋରରେ ଥିଲା ଯେ, ଦୁଇ ବାଇକ୍ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଉଦଳା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ବାଇକକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଦୃତ ବାଇକ୍ ଚାଳନା କିମ୍ବା ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇ ଏଭଳି ଦୁର୍ଘଟଣା ଘଟିଛି ତାହା ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି।