Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଝିଅ ବାହାଘର ପାଇଁ ବର ଦେଖିବାକୁ ବାହାରିଥିଲେ, ବାଟରେ ଓଲଟିଲା ଅଟୋ, ୬ ଆହତ

13/11/2020 at 5:50 PM

ଆନନ୍ଦପୁର ୧୩।୧୧: ହସ ଖୁସିରେ ଝିଅ ପାଇଁ ବର ଦେଖିବାକୁ ବାହାରିଥିଲେ। ହେଲେ ରାସ୍ତାରେ ଓଲିଟିଲା ଅଟୋ। ଏହି ଘଟଣା ଆନନ୍ଦପୁର -କରଞ୍ଜିଆ ରାସ୍ତାର ସାତକୋଶିଆ ଘାଟି ଠାରେ ଘଟିଛି। ଅଟୋ ଓଲଟି ୬ ଜଣ ଆହତ ହୋଇଛନ୍ତି।  ଆହତଙ୍କ ମଧ୍ୟରେ ତିନିଜଣ ମହିଳା ଓ ତିନିଜଣ ପୁରୁଷ ରହିଛନ୍ତି। ସମସ୍ତ ଆହତ ମୟୁରଭଞ୍ଜ , ମହୁଲଡିହା ଥାନା ଜାମୁନଣ୍ଡା ଗାଁର। ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଚିକିତ୍ସାଳୟ ଠାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଜାମୁନଣ୍ଡା ଗାଁର ମୋରା ସୋରେନ୍ ନିଅ ଝିଅ ବାହାଘର ପାଇଁ ବରପାତ୍ର ଦେଖିବାକୁ ବନ୍ଧୁ ବାନ୍ଧବଙ୍କୁ ଓ ପରିବାର ଲୋକଙ୍କୁ ଧରି ଅଟୋ ଯୋଗେ ଭଦ୍ରକ ଜିଲ୍ଲା ତାଳବଙ୍କା ଗ୍ରାମକୁ ଯାଉଥିଲେ। ଅଟୋରେ କ୍ଷମତା ଠାରୁ ଅଧିକ ଯାତ୍ରୀ ବସିଥିବାରୁ ସାତକୋଶିଆ ଘାଟିର ଏକ ବଙ୍କାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଆନନ୍ଦପୁର ଚିକିତ୍ସାଳୟ ଠାରେ ଭର୍ତ୍ତି କରାଯାଇଛି। ପୋଲିସ୍ ଦୁର୍ଘଟଣା ସ୍ଥଳରେ ପହଁଞ୍ଚି ଅଟୋକୁ ଜବତ  କରି ଅଧିକ ତଦନ୍ତ ଚଳାଇଛି।

   Related Posts