ସରିଲା ସାଧାରଣ ନିର୍ବାଚନ : ପୌର ନିର୍ବାଚନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ

Published By : Prameya-News7 Bureau | June 10, 2019 IST

ଭୁବନେଶ୍ବର ୧୦/୬: ସରିଲା ସାଧାରଣ ନିର୍ବାଚନ । କେବେ ​ହେବ ପୌର ନିର୍ବାଚନ । ସୀମା ପୁନଃ ନିର୍ଧାରଣ ନାଁରେ ଗଡି ଗଡି ଚାଲିଛି ପୌର ନିର୍ବାଚନ ଡେଟ୍‌।  ସୀମା ପୁନଃ ନିର୍ଧାରଣ ନେଇ କଣ ନିଷ୍ପତ୍ତି ନେଲେ ସେ ​ନେଇ ରାଜ୍ୟ ନିର୍ବାଚନ କମିଶନ ସରକାରଙ୍କୁ ବାରମ୍ବାର ତାଗିଦ କରିବା ସତ୍ବେ ବି ଉତ୍ତର ମିଳୁନି, କି ଜବାବ ବି ମିଳୁନି। ଏପେଟ ଏସ୍‌ସି, ଏସଟି ଓ ଓବିସି ସରକ୍ଷଣ ୫୦ ପ୍ରତିଶତ ରଖିବା ପାଇଁ ସୁପ୍ରିମ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ତେଣୁ ଆଗରୁ ଏହି ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ଥିଲା ଯାହାକୁ ନେଇ ସୁପ୍ରିମ କୋର୍ଟ ଯାଇଥିଲେ ସରକାର। ଏପଟେ ସରକାରଙ୍କ ଅପେକ୍ଷା ବିଧାନସଭା ଅଧିବେଶନକୁ । କାରଣ ସଂରକ୍ଷଣ ନେଇ ବିଧାନସଭାରେ ବିଲ ସଂଶୋଧନ ହେବା ପ​‌ରେ ନିର୍ବାଚନ ହେବ ।

{"id":121861,"width":595,"height":367}

ସରକାର ଏବେ କହୁଛନ୍ତି ସାଧରଣ ନିର୍ବାଚନ ମାସେ ହେଲା ସରିଲା । ଏବେ ପୌର ନିର୍ବାଚନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ । ଜଣିଶୁଣି ବିଳମ୍ବ କରାଯାଇନି।  ହେଲେ ବିରୋଧୀ କହୁଛନ୍ତି ବିଜେଡିକୁ ହାରିଯିବାରେ ଭୟ ଥିଲା ସେଥିପାଇଁ ଜାଣିଶୁଣି ପୌର ନିର୍ବାଚନ କରାଇଦେଲେନି। 

{"id":121862,"width":595,"height":364}

ଗତ ସେପ୍ଟେମ୍ବର ସୁଦ୍ଧା  ୬୫ଟି ପୌରାଞ୍ଚଳ କାର୍ଯ୍ୟକାଳ ଶେଷ ହୋଇସାରିଛି । ସେହିଭଳି ଫେବୃଆରୀ ସୁଦ୍ଧା ପର୍ଯ୍ୟାୟ କ୍ରମେ ୨୫ଟି  ପୌରାଞ୍ଚଳ ବି ସରିଛି ।

{"id":121863,"width":593,"height":383}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.