ମିତ୍ରପୁର-ବରହମପୁର ରାସ୍ତାର ହେବ ପ୍ରଶସ୍ତିକରଣ କାର୍ଯ୍ୟ , କେନ୍ଦ୍ରମନ୍ତ୍ରୀ କଲେ ଶିଳାନ୍ୟାସ

Published By : Prameya-News7 Bureau | November 12, 2020 IST

ନୀଳଗିରି ୧୨।୧୧: ମିତ୍ରପୁର-ବରହମପୁର ରାସ୍ତାର ହେବ ପ୍ରଶସ୍ତିକରଣ କାର୍ଯ୍ୟ । ଏଥିପାଇଁ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ରାସ୍ତାର ପ୍ରଶସ୍ତିକରଣ ପାଇଁ ୧୯କୋଟି ଟଙ୍କାର ଅର୍ଥ ମଞ୍ଜୁର ହୋଇଛି ।

ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ମିତ୍ରପୁର-ବରମପୁର ରାସ୍ତାରେ ଦୀର୍ଘଦିନ ହେବା ପ୍ରଶସ୍ତିକରଣ ପାଇଁ ଦାବି ହୋଇଆସୁଥିଲା । ରାସ୍ତାର ଅବସ୍ଥା ଅତି ଖରାପ ହୋଇଯାଇଥିଲା । ଯାହାଫଳରେ କି ଭାରିଯାନ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ତେବେ ଏହି ରାସ୍ତାର ପ୍ରଶସ୍ତିକରଣ ହେଲେ ରେମୁଣା, ବାଲେଶ୍ୱରକୁ ବଣସୀମା ଅଞ୍ଚଳର ରାସ୍ତା କମିଯିବ । ଯାହା ପାଇଁ କି ଅଞ୍ଚଳବାସୀ ଦାବି କରିଆସୁଥିଲା ।

ସ୍ଥାନୀୟ ବିଧାୟକଙ୍କ ଦାବି ଉପରେ ରାସ୍ତା ନିର୍ମାଣ ପାଇଁ ପ୍ରଚେଷ୍ଟା ଜାରି ରହିଥିଲା । ୧୬କିମି ଏହି ରାସ୍ତାକୁ ନାବାର୍ଡ ପକ୍ଷରୁ ୧୯କୋଟି ୧ଲକ୍ଷ ୬୫ହଜାର ୫୮୯ଟଙ୍କା ମଞ୍ଜୁର ହୋଇଛି । ଏହାର ତାଦରଖ ପୂର୍ତ୍ତବିଭାଗ କରିବ ।  ତେବେ ଆଜି ରାସ୍ତାର ପ୍ରଶସ୍ତିକରଣ ପାଇଁ ଶିଳାନ୍ୟାସ କରାଯାଇଛି । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଶିଳାନ୍ୟାସ କରିଛନ୍ତି । ଏଥିରେ ପୂର୍ତ୍ତବିଭାଗ ର ଏସଡ଼ିଓ ପ୍ରଫୁଲ୍ଲ କୁମାର ଦାସ ,କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.